କନ୍ଧମାଳରେ ଲଜ୍ଜା; ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ବିଦ୍ୟାର୍ଥୀଙ୍କୁ ସଚେତନ କରିବ ସ୍ବତନ୍ତ୍ର କମିଟି

କନ୍ଧମାଳ: କନ୍ଧମାଳରେ ବାରମ୍ବାର ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳୁଛି। ଯାହାକି ନାବାଳିକା ଛାତ୍ରୀମାନେ ଗର୍ଭବତୀ ଘଟଣା ଏଠାରେ ପିଛା ଛାଡୁନି। ଏଭଳି ସ୍ଥିତିରେ ଜିଲ୍ଲାର ଅନ୍ୟ ଦୁଇ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ଗର୍ଭବତୀ ହେବା ଘଟଣା ପୁଣି ଚିନ୍ତାର ବିଷୟ ପାଲଟିଛି। ଜିଲ୍ଲାର ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ପୃଥକ୍ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ ହୋଇଛି। ବାରମ୍ବାର ଏପରି ଘଟଣା ଘଟିବା ପରେ ଏକ ସ୍ବତନ୍ତ୍ର କମିଟି ଜିଲ୍ଲାର ବିଦ୍ୟାର୍ଥୀଙ୍କୁ ସଚେତନ କରିବାକୁ ସ୍ଥିର ହୋଇଥିବା କୁହାଯାଇଛି।


କିପରି ଘଟିଛି ଏହି ଲଜ୍ଜାଜନକ ଘଟଣା?
ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଜିଲ୍ଲାର ତୁମୁଡିବନ୍ଧ ବ୍ଳକ ଅଞ୍ଚଳରେ ରହିଥିବା ଏକ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଆବାସିକ ବିଦ୍ୟାଳୟକୁ ଫେରିଥିଲେ। ହେଲେ ଏକ ମାସ ହେବାରୁ ମାସିକ ଋତୁସ୍ରାବ ତଦାରଖ କରିବା ସମୟରେ ଦୁଇ ଜଣ ଛାତ୍ରୀଙ୍କ ଟେଷ୍ଟ ପଜିଟିଭ ରହିଥିବା ଜଣାପଡ଼ିଥିଲା। ଯାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରିସ୍ଥ ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ଅବଗତ କରାଇବା ସହିତ, ନିର୍ଦ୍ଦେଶ ଅନୁଯାୟୀ କରାଯାଇଥିବା ଡାକ୍ତରୀ ମାଇନାର ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା। ଯାହାକି ଦୁଇ ଜଣ ଛାତ୍ରୀ ଗର୍ଭବତୀ ଥିବା ସ୍ପଷ୍ଟ ହେବା ପରେ ଉଭୟଙ୍କ ଘର ଠିକଣାକୁ ନେଇ କନ୍ଧମାଳ ଜିଲ୍ଲାର କୋଟଗଡ଼ ଏବଂ ବେଲଘର ଥାନାରେ ପୃଥକ ଭାବେ ଦୁଇଟି ଥାନାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଲିଖିତ ଭାବେ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହିତ ତାହାକୁ ଆଧାରକରି କୋଟଗଡ଼ ଥାନାରେ କେସ ନମ୍ବର ୧୦୩/୨୫ ଏବଂ ସେହିଭଳି ବେଲଘର ଥାନାରେ ୬୪/୨୫ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି

ଘଟଣାକୁ ନେଇ ଏପରି କହିଲେ ବ୍ଳକ ଶିକ୍ଷାଧିକାରୀ

କନ୍ଧମାଳ ଜିଲ୍ଲାରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ କୋଟଗଡ଼ ବ୍ଳକର ବିଇଓ ଗଣେଶ ପ୍ରଧାନ ଇଟିଭି ଭାରତ ସହିତ ଆଲୋଚନା ସମୟରେ ଏହି ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି କହିଛନ୍ତି।

ବିଦ୍ୟାର୍ଥୀମାନଙ୍କୁ ସଚେତନତା କରିବ ସ୍ବତନ୍ତ୍ର କମିଟି

କନ୍ଧମାଳ ଜିଲ୍ଲାରେ ଅଧ୍ୟୟନରତ ନାବାଳିକା ଛାତ୍ରୀମାନେ ଗର୍ଭବତୀ ହେବା ଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳୁଥିବା ବେଳେ ଏହି ଘଟଣାକୁ ନେଇ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଏ ନେଇ ଜିଲ୍ଲା ସ୍ତରରେ ଏକ ପତ୍ର କରାଯାଇ ବାଲିଗୁଡାଠାରେ ରହିଥିବା ପୋଲିସ ବିଭାଗର ଏସ୍.ଡି.ପି.ଓ, ଜିଲ୍ଲାର DWOଙ୍କ ସମେତ ପ୍ରଶାସନ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଏକ କମିଟି କରାଯାଇଛି। ସେମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିକ୍ରମା କରିବା ସହିତ ଶିକ୍ଷକ, ବିଦ୍ୟାର୍ଥୀ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇ ବ୍ୟାପକ ଭାବେ ସଚେତନତା କରାଯିବ ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନୂଆଗାଁ, ବାଲିଗୁଡା, କୋଟଗଡ଼ ଓ ତୁମୁଡ଼ିବନ୍ଧ ଭଳି ଆଦିବାସୀ ବହୁଳ ଅଞ୍ଚଳର ବିଦ୍ୟାଳୟରେ ଏନେଇ ସଚେତନତା କରାଯିବ। ଅଗଷ୍ଟ ପହିଲାରୁ ଏହା ଆରମ୍ଭ ହେବ ବୋଲି କୁହାଯାଇଛି।

ଘଟଣାକୁ ଗୁରୁତ୍ବର ସହ ନେଲା ବିଜେଡି

ବାରମ୍ବାର ଏପରି ଘଟଣାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଉଦବେଗ ପ୍ରକାଶ କରିଥି। ଏଥିସହ ଓଡ଼ିଶାର ST, SC ବିକାଶ (SSD) ବିଭାଗ ହଷ୍ଟେଲରେ ନାବାଳିକା ଝିଅମାନଙ୍କ ଯୌନ ଶୋଷଣ ଏବଂ ଗର୍ଭଧାରଣ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ, ବିଜୁ ଜନତା ଦଳ, ଜାତୀୟ ଅନୁସୂଚିତ ଜନଜାତି କମିଶନର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି

Leave a Reply

Your email address will not be published. Required fields are marked *