ଛତ୍ରପୁର ରେ ଜୁଆ ଆଡ୍ଡା ଉପରେ ଚଢାଉ ୧ ଲକ୍ଷ୍ୟ ୬୫ ହଜାର ଜବତ ୧୦ ଜୁଆଡ଼ି ଗିରଫ; ୧୦ ମୋବାଇଲ୍ ଓ ୨ କାଟା ତାସ୍

ଛତ୍ରପୁର ୨୯/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ । ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଏ.ଏସ.ଆଇ. ସବିତା ଖୁଣ୍ଟିଆ ଏବଂ ଥାନା ସ୍ଟାଫ ଙ୍କ ସହିତ ମିଶି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛତ୍ରପୁର ସ୍ଥିତ ପଟ୍ଟନାୟକ କଲୋନୀ ରେ ଦାମୋଦର ଜେନା ଙ୍କ ଘର ପଛପଟୁ ଜୁଆ ଖେଳ ଚାଲିଥିଲା । ଏହି ଖବର ପାଇବା ମାତ୍ରେ ଶ୍ରୀମତୀ ଖୁଣ୍ଟିଆ, ତାଙ୍କ ସହ ଯାଇଥିବା ସ୍ଟାଫଙ୍କୁ ନେଇ ଉକ୍ତ ଜୁଆ ଖେଳ ଚାଲିଥିବା ଜାଗା ଉପରେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ବିଭିନ୍ନ ସାମଗ୍ରୀ ଜବତ କରିବା ସହିତ ଉପରୋକ୍ତ ୧୦ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ୧୦ ଜଣ ଜୁଆଡି ଙ୍କ ସମେତ ୧ଲକ୍ଷ ୬୫ ହଜାର ୧୫୦ ଟଙ୍କା ଜବତ କରିଛି । ଘଟଣାସ୍ଥଳରୁ ଦୁଇ ବାଇକ ଓ ୧୦ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ଏ ସଂକ୍ରାନ୍ତରେ କେଶ୍ ନମ୍ବର ୪୯୯/୨୫ ଏକ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରେ କେ. ବାଲା ରାଜୁ (୫୩), ଏସ.ଧରମା ରେଡ୍ଡୀ (୪୪), ବିଷ୍ଣୁ ମହାରଣା(୪୩) , ପ୍ରଫୁଲ୍ଲ ବେହେରା(୫୦),କୃଷ୍ଣ ତ୍ରିପାଠୀ (୪୭),ସୁଦାମ ଚନ୍ଦ୍ର ଜେନା (୫୫),ପୂର୍ଣ୍ଣ ଚନ୍ଦ୍ର ଗୌଡ଼(୪୩), ଦାମଦୋର ଜେନା(୫୭),ମହେଶ୍ୱର ମହାରଣା (୪୭),ପ୍ରମୋଦ କୁମାର ନାୟକ(୨୭), ଏମାନଙ୍କ ଠାରୁ ଗୋଟିଏ ସ୍କୁଟି ସହ ୨ କାଟା ତାସ ଜବତ ହୋଇଥିବା ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *