ସୋରାଦେବୀ ମନ୍ଦିର ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର, ୨୯/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ). ଆଜି ଦିନ ପ୍ରାୟ ୧୦ ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଫୁଲବାଣୀ ରାସ୍ତାର ସୋରା ଦେବୀ ମନ୍ଦିର ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି।ଉକ୍ତ ବ୍ୟକ୍ତି ଜଣଙ୍କ ଆଜି ସକାଳ ୮ଟା ବେଳେ ବ୍ରହ୍ମପୁରରୁ ବସ୍ ଯୋଗେ ଆସି ଭଞ୍ଜନଗର ବସ ଷ୍ଟାଣ୍ଡରେ ଓହ୍ଲାଇବାର ଥିଲା।ହେଲେ ଗାଡ଼ିରେ ଆଖି ଲାଖି ଯାଇଥିବାରୁ ସେ ବସ୍ ରେ ରହି ଯାଇଥିଲେ।ତାଙ୍କ ନିଦ ଭାଙ୍ଗିଲା ବେଳକୁ ଉକ୍ତ ବସ୍ ଟି କେଏସୟୁବି କଲେଜ ଡେଇଁ ଆଗକୁ ପଳେଇ ଥିଲା।ତେଣୁ ବସ୍ କର୍ମଚାରୀ ତାଙ୍କୁ ନେଇ ସୋରାଦେବୀ ମନ୍ଦିର ନିକଟରେ ଓହ୍ଲାଇ ଦେଇଥିଲେ।ସେଠାରେ ଉକ୍ତ ବ୍ୟକ୍ତି ମନ୍ଦିର ଟ୍ୟାପରୁ ପାଣି ପିଇ ନିକଟରେ ଥିବା ଏକ ପିଣ୍ଡିରେ ବସି ରହିଥିଲେ।ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନ ଉଠିବାରୁ ମନ୍ଦିର କର୍ମକର୍ତ୍ତା ପୋଲିସକୁ ଖବର ଦେଇଥିଲେ।ପୋଲିସ ସେଠାରୁ ଉକ୍ତ ବ୍ୟକ୍ତିଙ୍କୁ ଆଣି ଭଞ୍ଜନଗର ମେଡ଼ିକାଲ ରେ ଦେଖାଇବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତକଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ନଥିବାରୁ ଶବ କୁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।ଯଦି କେହି ଉକ୍ତ ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ପାଆନ୍ତି।ତେବେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ଏହି 9556659445 ନମ୍ବରରେ ଜଣାଇବାକୁ ଅନୁରୋଧ କହିଛନ୍ତି।

Leave a Reply

Your email address will not be published. Required fields are marked *