କାଉଡିଆଙ୍କ ଶିବମନ୍ଦିରରେ ଜଳାଭିଷେକ।

ଭଞ୍ଜନଗର ୨୯/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ତୃତୀୟ ସୋମବାର ଦିନ ଭଞ୍ଜନଗର ସହରରେ ଥିବା ସମସ୍ତ ଶିବମନ୍ଦିରରେ ଆଜି କାଉଡିଆ ମାନଙ୍କ ଲମ୍ବାଲାଇନ। ସହର ସାରା ବୋଲବମ ଶବ୍ଦରେ ପ୍ରକମ୍ପିତ। ବହୁ ଦୂରଦୂରାନ୍ତରୁ କାଉଡିଆ ମାନେ ପାଣି ଭାର ଧରି ଭଞ୍ଜନଗର ଜୀବନେଶ୍ୱର ଶିବମନ୍ଦିର, ବାଞ୍ଚେଶ୍ୱର ଶିବମନ୍ଦିର, ନୀଳକଣ୍ଠେଶ୍ଵର ଶିବମନ୍ଦିର ଓ ବେଲେଶ୍ୱର ଶିଵମନ୍ଦରରେ ଲାଇନ ଲଗାଇ ଦେଵଦେବ ମହାଦେବଙ୍କ ଶିବଲିଙ୍ଗ ଉପରେ ଜଳାଭିଷେକ କରୁଥିବାର ଦେଖା ଦେଇଥିଲା। ପୁରୁଷ ସ୍ତ୍ରୀ ଏପରିକି କେତେକ ଛୋଟ ବୟସର ପିଲା ମଧ୍ୟ ଜଳଭାର ଧରି ଆସିଥିବାର ଦେଖା ଦେଇଥିଲା। ରାସ୍ତାରେ ଆସିବା ବେଳେ କାଉଡିଆ ମାନେ ବିଭିନ୍ନ ପ୍ରକାର ଧ୍ୱନୀ କରି ଚାଲୁଥିବାର ଦେଖା ଦେଇଥିଲା। ପୂଜା ପରେ ବହୁଜାଗାରେ ରୋଷେଇ କରି କାଉଡିଆ ମାନେ ଖାଉଥିବାର ମଧ୍ୟ ଦେଖା ଯାଇଥିଲା।

Leave a Reply

Your email address will not be published. Required fields are marked *