ଝାଡ଼ଖଣ୍ଡର ଦେଓଘରରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-ଟ୍ରକ୍ ଧକ୍କାରେ ୧୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଦେଓଘରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। କୁହାଯାଉଛି ଯେ, ମୋହନପୁର ଥାନା ଅଞ୍ଚଳର ଜମୁନିଆରେ କାଉଡ଼ିଆ ଭର୍ତ୍ତି ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା।। ଆହତମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ। ସ୍ଥାନୀୟ ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ୧୮, କିନ୍ତୁ ଏପର୍ଯ୍ୟନ୍ତ ଏହା ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। କୁହାଯାଉଛି ଯେ, ସମସ୍ତ ଭକ୍ତ ବାବାଧାମରୁ ବାସୁକିନାଥ ଧାମକୁ ପୂଜାର୍ଚ୍ଚନା ପାଇଁ ଯାଉଥିଲେ।

Leave a Reply

Your email address will not be published. Required fields are marked *