ବ୍ରହ୍ମପୁର ସହରରେ ଯକୃତ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର: ଘରୋଇ ଉପଚାର କହିଲେ ଡାକ୍ତର

ବ୍ରହ୍ମପୁର : ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିଶ୍ଵ ଯକୃତ ରୋଗ ଦିବସ ଅବସରରେ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଛନ୍ତି ଯେ, ଅଧିକ ଖରାରେ ପରିଶ୍ରମ, ଅମ୍ଳ, ଲବଣ, ମଦ୍ୟ, ଲଙ୍କା, ଦିବାନିଦ୍ରା, ତୈଳ ଯୁକ୍ତ ଖାଦ୍ୟ, ରାସାୟନିକ ଔଷଧ ଓ ମାଟି ଖାଇବା, ଦୂଷିତ ଜଳପାନ, ସଂକ୍ରମିତ ରକ୍ତ ଗ୍ରହଣ ଦ୍ଵାରା ଯକୃତ ରୋଗ ହୁଏ। ଏ ସବୁଥିରୁ ଦୁରେଇ ରୁହନ୍ତୁ ଓ ହରିଡା ଚୂର୍ଣ୍ଣ ସହ ଗୁଡ଼, କଞ୍ଚା ହଳଦୀ, କାକଜଙ୍ଘା ପତ୍ର ରସ, କାକମାଚି ପତ୍ର ରସ ଯେକୌଣସି ଗୋଟିଏ ଚିକିତ୍ସକଙ୍କ ପରାମର୍ଶରେ ଖାଇଲେ ଭଲ ହୋଇଯାଏ। ଲୌହ ଯୁକ୍ତ ଖାଦ୍ୟ, ଶାଗ, ପୁନର୍ନବା ରସ ପିଇଲେ ଯକୃତ ରୋଗ ଭଲ ହୋଇଯାଏ।ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହେଉଛି। ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି ଡ଼ଃ ନକୁଳ ସାହୁ। ସେଥିପାଇଁ ଡ଼ଃ ନକୁଳ ସାହୁଙ୍କ ସହ ମୋବାଇଲ ନମ୍ବର ୯୮୬୧ ୪୫୦ ୬୧୨ ରେ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *