ସରକାରଙ୍କ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରୟାସ, ୧୮୦୦ କୋଟି ବ୍ୟୟରେ ନିର୍ମାଣ ହେବ ପ୍ରକଳ୍ପ

ଭୁବନେଶ୍ବର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ରୂପେ ଦେଖା ଦେଇଛି । ଦିନକୁ ଦିନ ବର୍ଷାର ସମୟ ଓ ତାହାର ପରିମାଣରେ ଅନିଶ୍ଚିତନା ମାନବସମାଜ ପାଇଁ ଜଳ ସମସ୍ୟା ସୃଷ୍ଟି କରିଛି । ଉଦବୃତ୍ତଜଳ ସମ୍ପନ୍ନ ନଦୀ ଅବବାହିକା ସହିତ ସଂଯୁକ୍ତ କରି ପ୍ରଭାବୀ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଆଣୁଛନ୍ତି ‘ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ’ ଯୋଜନା ।ଜଳ ସଂରକ୍ଷଣର ଅଭାବକୁ ଦେଖି ଏହାର ସଂରକ୍ଷଣ କରିବା ଦୃଷ୍ଟିରେ ଆଗେଇଛି ଜଳ ସମ୍ପଦ ବିଭାଗ । ଓଡିଶାରେ ଜଳ ସୁରକ୍ଷା ନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଜଳ କ୍ଳିଷ୍ଟ ଦୂର କରିବା, ଭୂତଳ ଜଳ ସଂରକ୍ଷଣ ସୁନିଶ୍ଚିତ କରିବା, ମରୁଡି ସ୍ଥିତି ହ୍ରାସ କରିବା ଭଳି ବହୁବିଧ ଜଳ କଷ୍ଟ ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଆଣୁଛନ୍ତି ଆନ୍ତରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା । ପ୍ରାୟ ୧୮୦୦ କୋଟି ବ୍ୟୟରେ ନିର୍ମାଣ ହେବ ବିଭିନ୍ନ ପ୍ରକଳ୍ପ । ତେବେ ଏହି ପ୍ରକଳ୍ପ ହେବା ଦ୍ୱାରା ରାଜ୍ୟରେ ବହୁ ସମସ୍ୟା ଦୂର ହେବା ସହ ପର୍ଯ୍ୟାପ୍ତ ଜଳ ମିଳିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜଳ ସମ୍ପଦ ବିଭାଗର ବିଶେଷ କାର୍ଯ୍ୟ ଅଧିକାରୀ ତଥା ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ

ପ୍ରକଳ୍ପ ହେବା ଫଳରେ ଜନସାଧାରଣଙ୍କୁ କେଉଁ ସୁବିଧା ଉପଲବ୍ଧ ହେବଉପଲବ୍ଧ ଭିତ୍ତିଭୂମିର ଉପଯୋଗ ଓ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ଭୂତଳ ପାଇପ ଲାଇନ ଏବଂ ନଦୀ ପରିକ୍ରମା ପଥକୁ ପ୍ରାଧାନ୍ୟ ଦେଇ ଜଳ ପରିଚାଳନାରେ ଏକ ଉଦାହରଣ ସୃଷ୍ଟି କରିବା ।ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତକ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣକୁ ଗୁରୁତ୍ୱ ଦେବା ।ପ୍ରାୟ ୧୫୦ଟି ଜଳାଶୟକୁ ପୁନଃର୍ଜୀବିତ କରାଯାଇ ଅତିରିକ୍ତ ଜଳଧାରଣ କ୍ଷମତା ସୃଷ୍ଟି କରାଯିବା ସଙ୍ଗେ ସଙ୍ଗେ ଜଳକଷ୍ଟ ଅଞ୍ଚଳ ଗୁଡ଼ିକରେ ମରୁଡି ପ୍ରବଣତାକୁ ଦୂର କରିବା ।ଉପଲବ୍ଧ ଜଳସେଚିତ ଜମିଗୁଡିକୁ ନିରାପତା ଓ ସ୍ଥାୟିତ୍ୱ ପ୍ରଦାନ କରିବା ସହ ଅତିରିକ୍ତ ସାମର୍ଥ୍ୟ ସୃଷ୍ଟି କରିବା ।ଅଗ୍ରାଧିକାର ଭିତ୍ତିରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ।ରିଏଲସିଷ୍ଟମ ଦ୍ବାରା ମୋନିଟରିଙ୍ଗ- ଟାଇମ- ଜଳସମ୍ପଦର ସୁପରିଚାଳନା କରାଯିବା ଦ୍ବାରା ଅନିର୍ଦ୍ଦିଷ୍ଟ ମୌସୁମୀ ଓ ଅନିଶ୍ଚିତ ବୃଷ୍ଟିପାତର ବିପର୍ଯ୍ୟୟକୁ ମୁକାବିଲା କରି ପରିବେଶରେ ସ୍ଥିରତା ଆଣିବା ।

କେବେଠୁ ଆରମ୍ଭ ହେବ ନଦୀ ସଂଯୋଗୀକରଣ –

୧..ଯୋଜନାପ୍ରାରମ୍ଭିକ ଭାବରେ ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକବର୍ଷ ମଧ୍ୟରେ ୬ଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟ ହେବ ।

୨..୧୫୦ ଜଳାଶୟର ପୁନଃର୍ଜୀବିତ

୩..ପ୍ରାୟ ୧ ହଜାର ହେକ୍ଟର ଚାଷ ଜମି ଜଳସେଚନ

୪..ପମ୍ପ ଷ୍ଟୋରେଜ ମାଧ୍ୟମରେ ଶକ୍ତି ଉତ୍ପାଦନ

୫..ଗୋପାଳପୁର SEZକୁ ଜଳ ଯୋଗାଣ

୬..ବ୍ରହ୍ମପୁର ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ

କାଟରା ସୁବର୍ଣ୍ଣରେଖା ମୁଖ୍ୟ କେନାଲ ସଂଯୋଗୀକରଣ ପ୍ରକଳ୍ପ: କାଟରା ନଦୀରେ ପ୍ରସ୍ତାବିତ ବଂଶାପାଳ ଅନ୍ତଃନଦୀ ଜଳ ପ୍ରବାହ ଦ୍ବାରା ସୁବର୍ଣ୍ଣରେଖା ମୁଖ୍ୟ କେନାଲର ଜଳାଶୟ ପ୍ରକଳ୍ପରୁ ଏକ ଫିଡର ଚ୍ୟାନେଲ ମାଧ୍ୟମରେ ଆୟକଟ ଅଞ୍ଚଳରେ ଜଳସେଚନ ସୁନିଶ୍ଚିତ କରାଯିବ ।

ହୀରାଧରବାଟି ବ୍ୟାରେଜ–ଚିଲିକା ହ୍ରଦ ସଂଯୋଗକରଣ ପ୍ରକଳ୍ପ: ହୀରାଧରବାଟି ବ୍ୟାରେଜଠାରୁ ବନ୍ୟାଜଳ ପ୍ରବାହିକା ଚାନେଲ ମାଧ୍ୟମରେ ଅସଂରକ୍ଷିତ ବନ୍ୟାଜଳକୁ ପ୍ରାୟ ୩୫ ଗୋଟି ଜଳାଶୟ ପୁନଃଭରଣ କରି ଚିଲିକା ହ୍ରଦ ମଧ୍ୟକୁ ପୁନଃପୁବାହିତ କରା‌ଯିବା ଦ୍ବାରା ଜଳବନ୍ଦୀ ସମସ୍ୟାର ସମାଧାନ ସହିତ ଜଳ ସଂରକ୍ଷଣ କରାଯାଇ ପାରିବ ।ବାହୁଦା ଋଷିକୁଲ୍ୟା ଅବବାହିକା

ସଂଯୋଗୀକରଣ ପ୍ରକଳ୍ପ: ବାହୁଦା ଠାରୁ ଋଷିକୁଲ୍ୟା ନଦୀ ଅବବାହିକା ସଂଯୋଗକାରୀ ପ୍ରଣାଳୀ ଦ୍ବାରା କେଳୁଆ ପାଳି ଜଳାଶୟକୁ ପୁନଃ ଭରଣ କରିବା ସହିତ ବ୍ରହ୍ମପୁର ସହରାଞ୍ଚଳ ଓ ଗୋପାଳପୁର ସ୍ଥିତ SEZ ଅଞ୍ଚଳକୁ ଜଳ ଯୋଗାଣ କରାଯିବ ।

ବଂଶଧାରା ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ: ଏହି ଆନ୍ତଃ ନଦୀ ସଂଯୋଜକ ମାଧ୍ୟମରେ ନନ୍ଦିନୀ ନାଳର ଜଳକୁ ପାର୍ଶ୍ଵବର୍ତୀ ବ୍ରହ୍ମପୁର ସହରର ଜଳକୃଷ୍ଟ ଅଞ୍ଚଳରେ ଜଳ ଯୋଗାଣ ସୁନିଶ୍ଚିତ କରାଯିବ ।

ଅଙ୍ଗ–ସୁକୱେଲ ଗାର୍ଲାଣ୍ଡ ପ୍ରକଳ୍ପ: ଏହି ସଂଯୋଗୀକରଣ ପ୍ରଣାଳୀ ମାଧ୍ୟମରେ ୧୦୮ଟି ଜଳାଶୟକୁ ପୁନର୍ଜୀବିତ କରାଯାଇ ପ୍ରାୟ ୧୦,୦୦୦ ହେକ୍ଟର ଜମିରେ ଜଳସେଚନର ସୁବିଧା ଉପଲବ୍ଧ କରାଯିବ ।

ତେଲେଙ୍ଗିରି ଅପରକୋଲାବ ସଂଯୋଗୀକରଣା ପ୍ରକଳ୍ପ: ଉଭୟ ଜଳ ଭଣ୍ଡାରର ସଂଯୋଗ କରାଯାଇ ଜଳଭଣ୍ଡାର ଦ୍ୱୟର ପରିସୀମା ସଂପ୍ରସାରଣ କରାଯିବା ସହିତ ଅଧିକ ସେଚ ସାମର୍ଥ୍ୟ ସୃଷ୍ଟି ଏବଂ ପମ୍ପ ଷ୍ଟୋରେଜ ପ୍ରୋଜେକ୍ଟ ମାଧ୍ୟମରେ ଜଳ ବିଦ୍ୟୁତ ଉତ୍ପାଦନ କରାଯିବ।କେନ୍ଦ୍ର ସରକାର ପରିକଳ୍ପନା କରିଥିଲେ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାଏହି ଆନ୍ତଃସଂଯୋଗ ପ୍ରକଳ୍ପକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି: ଏକ ଉତ୍ତର ହିମାଳୟ ନଦୀ ପରସ୍ପର ସଂଯୋଗ ଉପାଦାନ, ଏକ ଦକ୍ଷିଣ ଉପଦ୍ୱୀପ ଉପାଦାନ, ଏବଂ ୨୦୦୫ରୁ ଆରମ୍ଭ କରି, ଏକ ଆନ୍ତଃରାଜ୍ୟ ନଦୀ-ସଂଯୋଗ ଉପାଦାନ । ଏହି ପ୍ରକଳ୍ପ ଭାରତର ଜାତୀୟ ଜଳ ବିକାଶ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି, ଯାହା ଜଳ ଶକ୍ତି ମନ୍ତ୍ରଣାଳୟର ଅଂଶ । NWDA ହିମାଳୟ ଉପାଦାନ ପାଇଁ ୧୪ଟି ଆନ୍ତଃସଂଯୋଗ ପ୍ରକଳ୍ପ, ୧୬ଟି ଉପଦ୍ୱୀପ ଉପାଦାନ ପାଇଁ ଏବଂ ୩୭ଟି ଆନ୍ତଃରାଜ୍ୟ ନଦୀ-ସଂଯୋଗ ପ୍ରକଳ୍ପ ଉପରେ ଅଧ୍ୟୟନ ଏବଂ ରିପୋର୍ଟ ପ୍ରସ୍ତୁତ କରିଛି ।ଭାରତରେ ହାରାହାରି ବର୍ଷା ପ୍ରାୟ ୪ ହଜାର ବିଲିୟନ ଘନ ମିଟର, କିନ୍ତୁ ଦେଶର ଅଧିକାଂଶ ବର୍ଷା ୪ ମାସର ଅବଧି ମଧ୍ୟରେ ପଡ଼େ (ଜୁନରୁ ସେପ୍ଟେମ୍ବର ) ପର୍ଯ୍ୟନ୍ତ । ଏହା ବ୍ୟତୀତ, ଦେଶରେ ବର୍ଷା ସମାନ ନୁହେଁ, ପୂର୍ବ ଏବଂ ଉତ୍ତରରେ ସର୍ବାଧିକ ବର୍ଷା ହେଉଥିବା ବେଳେ ପଶ୍ଚିମ ଏବଂ ଦକ୍ଷିଣରେ କମ୍ ହେଉଛି । ଭାରତରେ ବର୍ଷ ବର୍ଷ ଧରି ଅଧିକ ମୌସୁମୀ ଏବଂ ବନ୍ୟା ଦେଖାଯାଏ, ତା’ପରେ ହାରାହାରି କମ୍ କିମ୍ବା ବିଳମ୍ବ ମୌସୁମୀ ବର୍ଷା ଦେଖାଯାଏ, ତା’ପରେ ମରୁଡ଼ି ଦେଖାଯାଏ । ପ୍ରାକୃତିକ ଜଳର ଉପଲବ୍ଧତା ଏବଂ ଜଳସେଚନ, ପାନୀୟ ଏବଂ ଶିଳ୍ପ ଜଳର ବର୍ଷସାରା ଚାହିଦାରେ ଏହି ଭୌଗୋଳିକ ଏବଂ ସମୟର ପାର୍ଥକ୍ୟ, ଭାରତର ଜନସଂଖ୍ୟା ବୃଦ୍ଧି ସହିତ ଚାହିଦା-ଯୋଗାଣ ବ୍ୟବଧାନ ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *