ଭିଜିଲାନ୍ସ ଭୟରେ ବ୍ୟାଗ୍‌ ଫିଙ୍ଗି ଧରାପଡ଼ିଲେ ଯନ୍ତ୍ରୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ।ଭୁବନେଶ୍ବର R&B ଡିଭିଜନ୍‌-୩ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ।କାଲି ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ରେଡ୍‌ ହୋଇଥିଲା ।ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ଅଶୋକଙ୍କ ଘରେ ପହଞ୍ଚିଥିଲା ଭିଜିଲାନ୍ସ ।ଭିଜିଲାନ୍ସକୁ ଦେଖି ଅଶୋକ ଘର ବାହାରୁ ତାଲା ମାରି ଭିତରେ ରହିଯାଇଥିଲେ ।ମୋବାଇଲ୍‌ ସ୍ବିଚ ଅଫ୍‌ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।ଆଉ ଯେତେବେଳେ ଭିଜିଲାନ୍ସ ଘର ସିଲ୍‌ କରିବାକୁ ବାହାରିଲା ଅକଲ ଗୁଡୁମ୍-ଉପାୟ ନ ପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଯନ୍ତ୍ରୀ ଅଶୋକ ପଣ୍ଡା।ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗି ଦେଇଥିଲେ ।ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା ।ବ୍ୟାଗ୍‌ରୁ ୧ ଲକ୍ଷ ଟଙ୍କା, ସୁନା, ରୁପା, ଅରିଜନାଲ ROR, ଆଇଫୋନ୍‌ ମିଳିଛି ।ଆଜି ଭିଜିଲାନ୍ସ ଟିମ ପକ୍ଷରୁ ଯନ୍ତ୍ର ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ରେଡ୍‌ ।

Leave a Reply

Your email address will not be published. Required fields are marked *