
ଭୁବନେଶ୍ବର: ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ହେବାକୁ ଥିବା ନିଯୁକ୍ତି ପରୀକ୍ଷା ବାତିଲ ହୋଇଛି। ଏଥିରେ ଆରଆଇ, ଆସିଡିଏସ ସୁପରଭାଇଜର, ଏଆରଆଇ, ଅମିନ ପରୀକ୍ଷା ଏବଂ ଏସଏଫଏସ ପରୀକ୍ଷା ହେବାର ଥିଲା। ଏହି ପରୀକ୍ଷା ଅଗଷ୍ଟ 1 ତାରିଖରୁ ସେପ୍ଟମ୍ବର 4 ତାରିଖ ମଧ୍ୟରେ ହେବାର ଥିଲା।ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ AG ପୀତାମ୍ବର ଆଚାଯ୍ୟ ।୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିବେ କମିଶନ ।ଆଉ ସାନି ଆବେଦନ କରିବାକୁ ପଡ଼ିବନି, ସମସ୍ତଙ୍କୁ ପରୀକ୍ଷା ସୁଯୋଗ ମିଳିବ ।ପ୍ରିଲିମ୍ରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍ କରାଯାଇଥିଲା ।ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ ବୋଲି ପିଟିସନ୍ ହୋଇଥିଲା ।ଭ୍ୟାକେନ୍ସି ପୋଷ୍ଟର ୫ ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା ।ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା ।ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ ହେଲା