
ଉତ୍ତରାଖଣ୍ଡରେ ଏବେ ପ୍ରବଳ ବର୍ଷା ଲାଗିରହିଛି । ବର୍ଷା ଯୋଗୁଁ ସୋନପ୍ରୟାଗ-ଗୌରୀକୁଣ୍ଡ ରାସ୍ତାରେ ଏକ ବଡ଼ ଭୂସ୍ଖଳନ ହୋଇଛି । ଯେଉଁଥିପାଇଁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ମୁନକଟିଆଠାରୁ ପ୍ରାୟ ଦେଢ଼ କିଲୋମିଟର ଆଗକୁ ପାହାଡର ଏକ ବଡ଼ ଅଂଶ ଧସିଯିବାରୁ ରୁଦ୍ରପ୍ରୟାଗ-ଗୌରୀକୁଣ୍ଡ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ଉଭୟ ପାର୍ଶ୍ୱରୁ ଯାତାୟାତ ବନ୍ଦ ହୋଇଯାଇଛି ।କିଛି ଦିନ ହେଲା ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍କଳନ ଦେଖିବାକୁ ମିଳିଛି । ରାସ୍ତାରେ ବଡ଼ ପଥର ପଡିଥିବା ଯୋଗୁଁ ରାତି ହୋଇଥିବାରୁ ଜେସିବି ମେସିନରେ ପଥର, ବାଲି କାଢିବା ସମ୍ଭବ ହୋଇନାହିଁ । ମୁନକଟିଆ ଏବଂ ଗୌରୀକୁଣ୍ଡ ମଧ୍ୟରେ ପ୍ରାୟ ୫୦ରୁ ୭୦ ମିଟର ରାସ୍ତା ଧୋଇଯାଇଛି । ଫଳରେ ଉଭୟ ପଟରେ ଗାଡି ଅଟକି ରହିଛି । ବର୍ଷା ଲାଗି ରହିଥିବାରୁ ରାସ୍ତାସଫା କାମରେ ବାଧା ସୃଷ୍ଟି ହୋଇଛି ।ରାସ୍ତାରେ ଫସି ରହିଥିବା ପ୍ରାୟ ୨୫୦୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୧୩୦୦ ତୀର୍ଥଯାତ୍ରୀ ବାବା କେଦାରଙ୍କ ଦର୍ଶନ କରି ଫେରି ଆସିଥିଲେ। ଏନଡିଆରଏଫ ଓ ଏସଡିଆରଏଫ ମିଳିତ ପ୍ରୟାସରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହି ରାସ୍ତା ମରାମତି ଲାଗି ପ୍ରାୟ ୨ରୁ ୩ ଦିନ ଲାଗିବ ବୋଲି କୁହାଯାଇଛି । ତେଣୁ ଏହି ସମୟରେ ଯାତ୍ରୀଙ୍କ ଅସୁବିଧା ଦୃଷ୍ଟିରୁ ନଆସିବାକୁ ସଚେତନ କରାଯାଇଛି । ରାସ୍ତା ଖୋଲିବା ପରେ ରୁଦ୍ରପ୍ରୟାଗ ପୋଲିସ ସୋସିଆଲ ମିଡିଆଲ ସେଲ ମାଧ୍ୟମରେ ଜଣାଇଦେବ