ରିଲିଜ ହୋଇଛି ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ କିଙ୍ଗଡମ୍ , ବିଶ୍ୱ ସ୍ତରରେ କରିଛି ଭଲ ପ୍ରଦର୍ଶନ

ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ନୂଆ ଫିଲ୍ମ କିଙ୍ଗଡମ୍ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ରିଆକ୍ସନକୁ ଦେଖି ଅନୁମାନ କରାଯାଉଛି କି ବିଜୟଙ୍କ ଭାଗ୍ୟ ପୁଣି ଥରେ ଖୋଲିବାକୁ ଯାଉଛି । ବିଜୟ ଯେଉଁଭଳି ଭାବରେ ତାଙ୍କ ଅଭିନୟ କରୁଥିଲେ ତାହାର ପ୍ରଭାବ କେବଳ ତେଲୁଗୁ ଇଣ୍ଡଷ୍ଟ୍ରି ନୁହେଁ ଏହାର ଝଲକ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି ।୨୦୧୭ରେ ବିଜୟଙ୍କ ଫିଲ୍ମ ଅର୍ଜୁନ ରେଡ୍ଡିର କ୍ରେଜ୍ ଏପରି ରହିଥିଲା ଯାହା ଫଳରେ ଦର୍ଶକ ମାନେ ତାଙ୍କୁ ଚିହ୍ନିବା ଆରମ୍ଭ କରିଦେଇଥିଲେ । ଏହି ଫିଲ୍ମର ହିନ୍ଦି ରିମିକ୍ କବୀର ସିଂ ନାମରେ ତିଆରି ହୋଇଥିଲା । ସେତେବେଳେ ହିନ୍ଦୀ ଦର୍ଶକ ମଧ୍ୟ ଅର୍ଜୁନ ରେଡ୍ଡି ଅଭିନେତା ବିଜୟ ଦେବରକାଣ୍ଡଙ୍କର ପରିଚୟ ତିଆରି ହୋଇସାରିଥିଲା ।ଅରିଜିନାଲ ତେଲୁଗୁ ଫିଲ୍ମକୁ ଲୋକେ ଏତେ ପସନ୍ଦ କରିଥିଲେ ଯାହା ଫଳରେ ଲୋକେ ଓଟିଟି ଏବଂ ପାଇରେସି ମାଧ୍ୟମରେ ଏହି ଫିଲ୍ମ ପାଖରେ ଲୋକେ ପହଞ୍ଚିଥିଲେ । ବିଜୟଙ୍କ ନାମ ବହୁତ ଲୋକପ୍ରିୟ ହୋଇଯାଇଥିଲା ତାଙ୍କର କାମ ଫଳରେ ସେ ସାରା ଦେଶରେ ନଜର ଆସିଲେ । ତାଙ୍କ କାମର ପ୍ରଭାବ ଏତେ ରହିଥିଲା ଯାହା ଫଳରେ କରନ ଜୋହର ତାଙ୍କୁ ପାନ ଇଣ୍ଡିଆ ଫିଲ୍ମରେ କାମ ଦେଇଥିଲେ ।ଏହାପରେ ବିଜୟଙ୍କ କାରିୟର ବହୁତ ଆଗକୁ ଯିବାରେ ସଫଳ ହୋଇଥିଲା । ଅର୍ଜୁନ ରେଡ୍ଡି ଫିଲ୍ମର ଧୁଆଁଧାର ସଫଳତା ପରେ ବିଜୟଙ୍କ ପରବର୍ତ୍ତୀ ଫିଲ୍ମ ରଶ୍ମିକା ମନ୍ଦାନାଙ୍କ ସହ ଗୀତା ଗୋବିନ୍ଦମ ( ୨୦୧୮ ) ଥିଲା । ଏହି ଫିଲ୍ମରେ ପ୍ରଥମଥର ପାଇଁ ଲଭର ବୟ ବିଜୟଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହାପରେ ତାଙ୍କର ଅନ୍ୟ ଫିଲ୍ମ ରହିଥିଲା ସୁପରେନଚୁଲର କମେଡି ଥ୍ରୀଲର ଟେକ୍ସି ବାଲା ରେ ତାଙ୍କ ଅଭିନୟ ସବୁଠାରୁ ଅଲଗା ରହିଥିଲା । ଯାହା ବିଜୟଙ୍କ ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ ।ବିଜୟଙ୍କ ଆଉ ଫିଲ୍ମ ଡିୟର କାମରେଡ୍ ୨୦୧୯ରେ ବିଜୟ ପୁଣିଥରେ ରଶ୍ମିକା ମନ୍ଦାନାଙ୍କ ସହ ଫିଲ୍ମ କରିଥିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ହୋଇଥିଲା । ୱାଲ୍ଡ ଫେମସ ଲଭର ୨୦୨୦ରେ ରିଲିଜ୍ ହୋଇଥିବା ଫିଲ୍ମ ଭଲ ହୋଇଥିଲା । ତେବେ ୨ଟି ଫିଲ୍ମର ର ସଫଳତା ପରେ ତାଙ୍କୁ ଦର୍ଶକ ଅଧିକ ପସନ୍ଦ କରିଥିଲେ । ଏହାପରେ ବଲିଉଡ୍ ରେ କରନ ଜୋହର ତାଙ୍କୁ ଲାଇଗରରେ ସୁଯୋଗ ଦେଇଥିଲେ ।ଏକ ରିପୋର୍ଟ ଅନୁସାରେ କିଙ୍ଗଡମର ପ୍ରଥମ ଦିନ ପାଇଁ ଦମଦାର ଆଡଭାନ୍ସ ବୁକିଙ୍ଗ ହୋଇଛି । ଫିଲ୍ଲଟି ୧୩ କୋଟି ଟଙ୍କା ଆଡଭାନ୍ସ ବୁକିଙ୍ଗରେ ଆୟ କରି ସାରିଛି । ଏଥି ମଧ୍ୟରୁ ୫ କୋଟି ବୁକିଙ୍ଗ ବିଦେଶରେ ହୋଇଛି । ଗୁରୁବାର ଦିନ ସରିବା ସୁଦ୍ଧା ଫିଲ୍ମଟିର ଆଡଭାନ୍ସ ବୁକିଙ୍ଗ ୨୦ କୋଟି ପହଞ୍ଚିବ ବୋଲି ଆକଳନ କରାଯାଇଛି ।ଆଡଭାନ୍ସ ବୁକିଙ୍ଗରୁ ଅନୁମାନ କରାଯାଉଛି କି ୧୦୦ କୋଟିର ବଜେଟ୍ ରେ ହୋଇଥିବା କିଙ୍ଗଡମ ପ୍ରଥମ ଦିନରେ ହିଁ ୫୦ କୋଟି ଟଙ୍କା ଆୟ କରିବ । ଆଜି ଏହି ଫିଲ୍ମର ପ୍ରିମିୟର । ତେବେ ଏହି ଡେବ୍ୟୁ ସଫଳ ହେଲା ତାହାହେଲେ ଆଗକୁ କିଙ୍ଗଡମକୁ ଆହୁରି ବଡ କରାଯାଇପାରେ ।

Leave a Reply

Your email address will not be published. Required fields are marked *