ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପାଣି ବଦଳରେ ପିଅନ ଦେଲେ ପରିସ୍ରା

ଆର.ଉଦୟଗିରି (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କନିଷ୍ଠ ଯନ୍ତ୍ରୀଙ୍କ ପାଣି ବୋତଲରେ ପରିସ୍ରା l ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ l ଅଭିଯୋଗ ପ୍ରକାରେ ଗତ ୨୩ ତାରିଖ ରାତିରେ ଆର.ଉଦୟଗିରି ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର କନିଷ୍ଠଯନ୍ତ୍ରୀ ସଚିନ କୁମାର ଗୌଡ଼ଙ୍କ ପାଇଁ ସେହି କାର୍ଯ୍ୟାଳୟ ର ପିଅନ ଶିବ ନାରାୟଣ ନାୟକ ପିଇବା ପାଇଁ ବୋତଲରେ ପାଣି ଆଣିଥିଲେ ହେଲେ ସେହି ପାଣି ବଦଳରେ ଥିଲା ପରିସ୍ରା ।ଆଉ ପରିସ୍ରା ପିଇବା ପରେ କନିଷ୍ଠଯନ୍ତ୍ରୀ ଜଣକ ଅସୁସ୍ଥ ଅନୁଭବ କରିଥିଲେ । ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଅସୁସ୍ଥ ହୋଇ ବ୍ରହ୍ମପୁର ବଡମେଡିକାଲରେ ଭର୍ତି ହୋଇଥିଲେ l ତେବେ ଜାଣିବାକୁ ପାଇଲେ ଯେ ସେହି ବୋତଲରେ ପରିସ୍ରା ମିଶାଯାଇଥିଲା l ତେବେ ଏନେଇ ସମ୍ପୃକ୍ତ ପିଅନଙ୍କ ବିରୁଦ୍ଧରେ ଆର.ଉଦୟଗିରି ଥାନାରେ ଏତଲା ଦେଇଥିଲେ l ଏନେଇ ଆର.ଉଦୟଗିରି ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

Leave a Reply

Your email address will not be published. Required fields are marked *