ବଡଶଙ୍ଖ ବଜାରରେ ଦାଦାବଟି ଆଦାୟ ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l

ପୁରୀ ,( ବଳରାମ ତ୍ରିପାଠି ରିପୋର୍ଟ):ପୁରୀ ଦାଦାବଟି ଆଦାୟ ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ରାମଚଣ୍ଡୀ ସାହି ବାଲିଉପରର ବାବୁନା ଓରଫ ହରମୋହନ ଜେନା 38 ଓ ସର୍ବୋଦୟ ନଗରର ବାପି ଓରଫ ଶିବଶଙ୍କର ମହାପାତ୍ର 33 l ଅଭିଯୁକ୍ତଙ୍କ ଠାରୁ ଏକ ଖଣ୍ଡା ଜବତ କରାଯାଇଛି l ଆଜି ଅଭିଯୁକ୍ତ ଦ୍ବୟ ବଡଶଙ୍ଖ ବଜାରରେ ଦୋକାନୀ ମାନଙ୍କ ଠାରୁ ଦାଦାବଟି ଆଦାୟ ବେଳେ ପୁଲିସ ପାଟ୍ରୋଲିଂ ବେଳେ ଧରିଥିଲା l ପରେ 349/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *