ବିଶ୍ବରେ ଅଗ୍ରଣୀ ବିଜନେସ ସ୍କୁଲ ହେବ ଆଇଆଇଏମ୍ ସମ୍ବଲପୁର’, ମିଳିଲା AACSB ସ୍ୱୀକୃତି

ସମ୍ବଲପୁର: ଓଡିଶାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ନୂଆ କୀର୍ତ୍ତିମାନ । ଭାରତର ଏକ ଅଗ୍ରଣୀ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏହାର ଅନ୍ତର୍ଜାତୀୟକରଣ ଓ ମାନରେ ଉନ୍ନତିକରଣ ସ୍ୱରୂପ ପାଇଁ ଏଏସିଏସବି (ଆସୋସିଏସନ୍ ଟୁ ଆଡଭାନ୍ସ କଲେଜିଏଟ୍ ସ୍କୁଲ୍‌ସ ଅଫ ବିଜନେସ(AACSB )) ର ସ୍ୱୀକୃତି ପାଇଁ ଏକ ମାଇଲଖୁଣ୍ଟ ପଦକ୍ଷେପ ନେଇଛି । ଏହି ଉଦ୍ଦେଶ୍ୟରେ ସମ୍ବଲପୁର ଆଇଆଇଏମର ନୂଆଦିଲ୍ଲୀ କ୍ୟାମ୍ପସ ଏବଂ ସମ୍ବଲପୁର କ୍ୟାମ୍ପସରେ AACSB ମାର୍ଗଦର୍ଶକ ପ୍ରଫେସର ତେଗୁହ୍ ଡର୍ଟାଟୋଂ(ଇଣ୍ଡୋନେସିଆ ବିଶ୍ୱବିଦ୍ୟାଳୟ) ପରିଦର୍ଶନ କରିଥିଲେ ।

ନୂଆଦିଲ୍ଲୀ ଓ ସମ୍ବଲପୁର କ୍ୟାମ୍ପସ୍ ପରିଦର୍ଶନ:ଗତ ଜୁଲାଇ 27 ରୁ 29ପର୍ଯ୍ୟନ୍ତ ନୂଆଦିଲ୍ଲୀ କ୍ୟାମ୍ପସ୍ ଏବଂ ଜୁଲାଇ 30 ରୁ 31 ପର୍ଯ୍ୟନ୍ତ ସମ୍ବଲପୁର କ୍ୟାମ୍ପସରେ ପ୍ରଫେସର୍ ତେଗୁହ୍‌ ପରିଦର୍ଶନ ସହିତ ବ୍ୟାପକ ଆଲୋଚନା କରିଥିଲେ । ଏହି ସମୟରେ ସେ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ଏବଂ କର୍ପୋରେଟ୍ ନିଯୁକ୍ତିଦାତାମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ବ୍ୟବସାୟ ଶିକ୍ଷାରେ, AACSB ଗୁଣବତ୍ତା ମାନଦଣ୍ଡ ଏବଂ ବାହ୍ୟ ମତାମତକୁ ପ୍ରତିଫଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତାଙ୍କ ପାଞ୍ଚ ଦିନିଆ ପରିଦର୍ଶନ ମଧ୍ୟରେ ସେ ଏକ ଗଭୀର ଶିକ୍ଷାଗତ ମୂଲ୍ୟାଙ୍କନ କରିଥିଲେ ଏବଂ ପ୍ରାରମ୍ଭିକ ସ୍ୱ-ମୂଲ୍ୟାଙ୍କନ ରିପୋର୍ଟ (ଆଇଏସ୍‌ଇଆର୍‌) ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ କରିବାରେ ସହାୟତା କରିଥିଲା

ମିଳିଲା AACSB ସଦସ୍ୟତା ସାର୍ଟିଫିକେଟ:ଆଇଆଇଏମ୍ ସମ୍ବଲପୁରର ନୂଆଦିଲ୍ଲୀ କ୍ୟାମ୍ପସ୍‌କୁ, AACSB ଦକ୍ଷିଣ ଏସିଆ ଆଞ୍ଚଳିକ ମୁଖ୍ୟ ଶ୍ରୀ ପ୍ରତାପ ଦାସ ଜୁଲାଇ 28 ତାରିଖରେ ପରିଦର୍ଶନ କରିଥିଲେ । ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର୍ ମହାଦେବ ଜୟସ୍ୱାଲଙ୍କୁ ଶ୍ରୀ ପ୍ରତାପ ଦାସ ଆୟୋଜିତ ସମାରୋହରେ AACSB ସଦସ୍ୟତା ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଯାହା ଫଳରେ ଆଇଆଇଏମ୍ ସମ୍ବଲପୁରର ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରକ୍ରିୟାର ଆରମ୍ଭ କରିଥିଲା । ଏହି ଉତ୍ସବରେ ଆଇଆଇଏମ୍ ସମ୍ବଲପୁରର ମ୍ୟାନେଜମେଣ୍ଟ ଶିକ୍ଷା ଏବଂ ଗବେଷଣାରେ ଜାତୀୟ ମାନଦଣ୍ଡ ଅନୁସରଣ କରିବାର ପ୍ରତିଶ୍ରୁତିକୁ ପ୍ରତିଫଳିତ କରିଥିଲା । AACSB ଅଧିକାରୀଙ୍କ ଏହି ପ୍ରଥମ ପରିଦର୍ଶନ ସମ୍ବଲପୁର ଆଆଇଏମର ବ୍ୟବସାୟ ଏବଂ ମ୍ୟାନେଜମେଣ୍ଟ ପ୍ରଶିକ୍ଷାରେ ଉଚ୍ଚ ଜାତୀୟ ମାନଦଣ୍ଡ ହାସଲ କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତାକୁ ସୂଚେଇଛି।

ପ୍ରଫେସର୍ ତେଗୁହ୍‌ଙ୍କ ମାର୍ଗଦର୍ଶନ AACSB ସ୍ୱୀକୃତି ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ :ଉଦଯାପନୀ ସମାରୋହରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର୍ ମହାଦେବ ଜୟସ୍ୱାଲ କହିଥିଲେ ଯେ, “ଆମେ ପ୍ରଫେସର୍ ତେଗୁହ୍ ଡର୍ଟାଟୋଂଙ୍କୁ ସ୍ୱାଗତ କରି ଗର୍ବିତ । ତାଙ୍କ ପରିଦର୍ଶନ ଆମର AACSB ସ୍ୱୀକୃତି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏକ ଯୁବ ଏବଂ ଗତିଶୀଳ ଆଇଆଇଏମ୍ ଭାବରେ ଆମେ ଜାତୀୟ ମାନଦଣ୍ଡ ସହିତ ସମାନ୍ତରାଳ ଭାବରେ ସାମାଜିକ ଦାୟିତ୍ୱଶୀଳ ଏବଂ ପ୍ରଭାବଶାଳୀ ମ୍ୟାନେଜମେଣ୍ଟ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ । ପ୍ରଫେସର ତେଗୁହ୍‌ଙ୍କ ମାର୍ଗଦର୍ଶନ ନିଃସନ୍ଦେହରେ ଆମର ରଣନୈତିକ ଦିଗ ଏବଂ ଶିକ୍ଷାଗତ ପ୍ରକ୍ରିୟାକୁ ଶକ୍ତିଶାଳୀ କରିବ । ଏହା ଆମକୁ ଏକ ଜାତୀୟ ସ୍ତରର ଏକ ସୁଗଠିତ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଭାବରେ ଗଠନ କରିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *