ମହିଳା ଥାନାରେ OAS ଅଫିସରଙ୍କ ଖୁଲାସା, ‘ଅଭିଯୋଗ ପୂର୍ବରୁ ଫାଇଲ କରିଛି ଛାଡ଼ପତ୍ର’

ଭୁବନେଶ୍ବର: ପତ୍ନୀଙ୍କୁ ଘରୋଇ ନିର୍ଯାତନା ମାମଲାରେ ଥାନାରେ OAS ଅଫିସର । କମିଶନରେଟ ପୋଲିସର ମହିଳା ଥାନାରେ ହାଜର ହେଲେ ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ର । ତାଙ୍କ ବିରୋଧରେ ପତ୍ନୀ ଆଣିଥିବା ଅଭିଯୋଗ ଆଧାରରେ BNS 35 ଧାରା ଅନୁସାରେ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ଦୀର୍ଘ ଦେଢ଼ ଘଣ୍ଟା ଧରି ମହିଳା ଥାନା OAS ଅଫିସରଙ୍କୁ ପଚରାଉଚୁରା କରିଛି । ତାଙ୍କ ପତ୍ନୀ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି OAS ସାର୍ଥକ ।

ପ୍ରତିକ୍ରିୟା ରଖିଲେ OAS ଅଫିସର:ମହିଳା ଥାନାରୁ ବାହାରିବା ପରେ OAS ଅଫିସର ସାର୍ଥକ ସୌରଭ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସ୍ତ୍ରୀ ଅର୍ଚ୍ଚନା ଦାସ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ତାଙ୍କ ପତ୍ନୀ ତାଙ୍କୁ ମାନସିକ ସହ ତାଙ୍କ ଘର ଲୋକଙ୍କୁ ନିର୍ଯାତନା ଦେଉଥିବା ପାଲଟା ଅଭିଯୋଗ କରିଛନ୍ତି । ଏନେଇ ସେ ଡିଭୋର୍ସ ଫାଇଲ କରିଥିବା ମଧ୍ୟ କହିଛନ୍ତି । ଛୁଆ ଜନ୍ମ ହେବା ପରେ ଡିଭୋର୍ସ ଫାଇଲ କରାଯାଇଛି । ଛୁଆକୁ ନେଇ ଯେଉଁ ସବୁ ଖବର ପ୍ରଘଟ କରାଯାଉଛି ତାହା ମିଥ୍ୟା । ଛୁଆ ଜନ୍ମ ହେବା ପୂର୍ବରୁ 3 ଦିନ ଧରି ସେ ହସ୍ପିଟାଲରେ ଥିଲେ । ପତ୍ନୀ ଗର୍ଭବତୀ ଥିବା ସମୟରେ ସମସ୍ତ ଟେଷ୍ଟ ଓ ହାଲଚାଲ ସେ ଦେଖିଥିଲେ । ହସ୍ପିଟାଲ ଛାଡି ଯାଇନଥିଲେ । ତାଙ୍କ ମାଆଙ୍କ ସ୍ବାସ୍ଥ୍ୟ ଖରାପ ଥିଲା । ସେଥିପାଇଁ କିଛି ସମୟ ପାଇଁ ଯାଇଥିଲେ । ଏହାକୁ ନେଇ ସେ ହସ୍ପିଟାଲରୁ ଛାଡି ପଳାଇଥିବା ତାଙ୍କ ସ୍ତ୍ରୀ ସମସ୍ତଙ୍କୁ ଫୋନ୍ କହିଥିଲେ ।

ତଦନ୍ତରେ ସହଯୋଗ କରିବି:ଉଭୟଙ୍କ ଭିତରେ ଥିବା ମତାନ୍ତରକୁ ଆପୋଷ ସମାଧାନ ପାଇଁ ସେ ଚେଷ୍ଟା କରିଛନ୍ତି । କିନ୍ତୁ ତାଙ୍କ ପତ୍ନୀଙ୍କ ପାଇଁ ସେ ଭୟ କରୁଥିଲେ । କାରଣ ହୁଏତ ସେ କିଛି ଘଟଣା ଘଟଇପାରନ୍ତି । ସେ ଜଣେ OAS ଅଫିସର ଥିବାରୁ, କିଛି ଅପ୍ରିତିକର ପରିସ୍ଥିତି ନଉପୁଜୁ ବୋଲି ଚାହୁଁଥିଲେ । ପତ୍ନୀ ଓ ତାଙ୍କ ପରିବାର ତାଙ୍କୁ ଓଲଟା ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଉଥିଲେ । ପ୍ରତିଦିନ ସେସବୁ ସହିବା ଏକ ପ୍ରକାର ସମସ୍ୟା ହେଉଛି ବୋଲି OAS ଅଫିସର ପାଲଟା ଅଭିଯୋଗ କରିଛନ୍ତି । ନ୍ୟାୟ ପାଳିକା ଓ ପୋଲିସ ଉପରେ ତାଙ୍କର ପୂରା ଭରସା ରହିଛି ବୋଲି କହିଛନ୍ତି । ତେଣୁ ସେ ତଦନ୍ତରେ ସହଯୋଗ କରିବେ । ଯେହେତୁ ନୋଟିସ ହୋଇଥିଲା ସେହି ଆଧାରରେ ସେ ନିଜର ପକ୍ଷ ରଖିଛନ୍ତି ।OAS ଅଫିସର ସାର୍ଥକ ସୌରଭ ମହାପାତ୍ର କହିଛନ୍ତି, “ପତ୍ନୀ ଆଣିଥିବା ସବୁ ଅଭିଯୋଗ ମିଥ୍ୟା, ଏଥିରେ କୌଣସି ସତ୍ୟତା ନାହିଁ । ସେ ଅଭିଯୋଗ ଆଣିବା ପୂର୍ବରୁ ମୁଁ ଛାଡପତ୍ର ଫାଇଲ କରିଛି । ପାରିବାରିକ ଝଗଡାକୁ ନେଇ ଜୀବନ ହାରିଦେବାର ଧମକ ଦିଅନ୍ତି । ଯାହାକୁ ନେଇ ମୁଁ ସବୁବେଳେ ମାନସିକ ଚାପରେ ରହୁଥିଲି ।

OAS ଅଫିସରଙ୍କ ବୟାନ ରେକର୍ଡ:ପୋଲିସର କହିବା ଅନୁସାରେ, ଯେଉଁ ରିପୋର୍ଟ ଆଧାରରେ OAS ଅଫିସରଙ୍କୁ ନୋଟିସ ହୋଇଥିଲା, ସେହି ଆଧାରରେ ସେ ଥାନା ହାଜର ହୋଇଥିଲେ । ମହିଳା ଥାନା ପକ୍ଷରୁ ସାର୍ଥକଙ୍କ ବୟାନ ରେକର୍ଡ କରାଯାଇଛି । ପତ୍ନୀ ଯେଉଁ ଅଭିଯୋଗ ଆଣିଥିଲେ ସେନେଇ ତାଙ୍କୁ ପଚରାଉଚୁରା କରାଯାଇଛି । ଏ ସମ୍ପର୍କିତ ତାଙ୍କ ପାଖରେ ପ୍ରମାଣ ବା କିଛି ପିରିସ୍ଥିତି ଭିତ୍ତିକ କ’ଣ ସବୁ ତଥ୍ୟ ରହିଛି, ସେନେଇ ମଧ୍ୟ ସେ ପୋଲିସକୁ ଅବଗତ କରିଛନ୍ତି । ଆବଶ୍ୟକ ହେଲେ ପୁଣିଥରେ ତାଙ୍କୁ ପଚରାଉଚୁରା କରାଯିବ । ସେ ତଦନ୍ତରେ ସହଯୋଗ କରୁଛନ୍ତି । ଆବଶ୍ୟକ ବେଳେ ପୋଲିସକୁ ସହଯୋଗ କରିବେ ବୋଲି ପୋଲିସ ପକ୍ଷରୁ ତାଙ୍କୁ କୁହାଯାଇଛି

Leave a Reply

Your email address will not be published. Required fields are marked *