
ଭୁବନେଶ୍ବର: ଏଣିକି ନିଶା ପାଇଁ ମଦ ଗଞ୍ଜେଇ ଡ୍ରଗସ ନୁହେଁ। ଔଷଧକୁ ନିଶାର ମାଧ୍ୟମ ଭାବେ ଆପଣାଇଛନ୍ତି ନିଶାଡ଼ି। ଆଉ ଲୁଚାଛପାର କିଣା ବିକା ନୁହେଁ। ଔଷଧ ବିକ୍ରି ଆଳରେ ବଜାରରେ ସହଜରେ ଉପଲବ୍ଧ ହେଉଛି ନିଶାର ନୂଆ ବୋତଲ। ଯାହାର ଡିମାଣ୍ଡ ପାଇଁ ଏବେ ବେଆଇନଭାବେ ବଡ଼ଧରଣର ନିଶା କାରବାର କରୁଛନ୍ତି ମାଫିଆ। ଔଷଧ ଆଳରେ ଏଭଳି କାରବାର ଯୋଗୁଁ ପୋଲିସ ଓ ଡ୍ରଗସ କଣ୍ଟ୍ରୋଲ ବୋର୍ଡ ଅଗୋଚରରେ କରୁଛନ୍ତି କାରବାର। ଶେଷରେ ଏହି ନିଶା କାରବାର ଠିକଣା ଉପରେ ପହଁଚିଛି ଏସଟିଏଫ। ସାମ୍ନାକୁ ଆସଛି ଔଷଧ ବିକ୍ରି ଆଳରେ ନିଶା କାରବାରର ଗୋଲକ ଧନ୍ଦା।ଟ୍ବିନିସିଟିର ଦୁଇ ସହର କଟକ ଓ ଭୁବନେଶ୍ବର ଦୁଇଟି ସ୍ଥାନରେ ବେଆଇନ କଫ୍ ସିରଫ୍ ଗୋଦାମ ଠାବ କରିଛି ଏସଟିଏଫ୍। ଯେଉଁଠୁ ବିପୁଳ ପରିମାଣର କୋଡେକ୍ କଫସିରଫ୍ ଠାବ ହେବାସହ ବିପୁଳ ପରିମାଣର ଏହି ବେଆଇନ କଫସିରଫ୍ ର ପ୍ୟାକେଟ୍ ଜବତ କରିଛି STF। କଟକର ନ୍ୟୁ LIC କଲୋନୀର ଟ୍ରାକନ କୋରିୟରରୁ ଏକ ଗୋଦାମ ଠାବ ସହ ଭୁବନେଶ୍ୱର ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଏକ ଗୋଦାମରୁ ମଧ୍ୟ ବିପୁଳ ପରିମାଣର କଫସିରଫ୍ ଜବତ କରିଛି ଏସଟିଏଫ୍।
ଏନେଇ ୨୬ ହଜାର ୬୫୮ ବୋତଲ, ୯୩ଟି ଜରି ବସ୍ତା ବୋଝେଇ କଫସିରଫ୍ ଜବତ କରାଯାଇଛି।କ୍ରାଇମବ୍ରାଞ୍ଚ ଡିଜି ବିନିୟତୋଷ ମିଶ୍ର ଙ୍କ ସୂଚନା ଦେଇ କହିଛନ୍ତି ଯେ, “ଆମ ପାଖରେ ଏନେଇ ଇଣ୍ଟେଲିଜେନସ ଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛୋଟ ଛୋଟ ଦୋକାନରେ ଏସବୁ ବିକ୍ରି ହେଉଥିଲା। ଏମାନଙ୍କୁ କିଏ ଯୋଗାଉଛି, ସେନେଇ ଆମେ ଆମ ଟିମ୍ ଦ୍ବାରା ଖବର ସଂଗ୍ରହ କରୁଥିଲୁ। ଏହା ପଛରେ ରୁଟ୍ କ’ଣ ରହିଛି, ଏନେଇ ସେସବୁ ଜିଲ୍ଲାରେ ଅଳ୍ପ ଅଳ୍ପ ଆକାରରେ ବିକ୍ରି ହେଉଥିବା କଫସିରଫ୍ କେଉଁଠୁ ଆସୁଛି। ଆମେ ଜାଣିବାକୁ ପାଇଲୁ କଟକ ଓ ଭୁବନେଶ୍ବର ଦୁଇଟି ଗୋଦାମରୁ ଆସୁଛି ସପ୍ଲାଏ। ଏନେଇ ଆମର ଟିମ୍ ଏସଂକ୍ରାନ୍ତରେ ରେଡ୍ କରିଥିଲେ। ଯାହାକୁ ନେଇ କଟକ ବାଦାମବାଡ଼ିରେ ଓ ମଞ୍ଚେଶ୍ବରରେ ଦୁଇଟି ଗୋଦାମ, ଯେଉଁଠି ଅଭିଜିତ ସାହୁ ଓରଫ ରାଜା, ଯେ କି କୋରିଅର ଯୋଗେ ବିହାରରୁ ମଗାଇ ଆଣିକି ରଖୁଥିଲା। ଏନେଇ ୨୬,୬୫୮ଟି ବୋତଲ ଯାହାର ଆନୁମାନିକ ମୁଲ୍ୟ ୬୦ ଲକ୍ଷ ଟଙ୍କା ହେବ, କଫସିରଫ୍ ଜବତ କରାଯାଇଥିଲା। ଏନେଇ ସେ ଆଇନତଃ ଭାବେ ବା ବେଆଇନ ଭାବେ ଏପରି ଚାଲାଣ କରୁଥିଲା ସେନେଇ ଯାଂଚ ଚାଲିଲା। ଯେହେତୁ ଔଷଧ ଆଳରେ ସପ୍ଲାଏ କରୁଥିବା ଭାବି ସେନେଇ ଆମେ ତାର ଘରେ ମଧ୍ୟ ରେଡ୍ କରିଥିଲୁ। ପରେ ଜାଣିବାକୁ ପାଇଲୁ ଏନେଇ କୋଣସି ଆଇନଗତ ଭାବେ ଲାଇସେସ ନନେଇ ଏସବୁ ଲୁଚାଛପାରେ କାରବାର କରୁଥିଲା। ତା ଘରୁ ମଧ୍ୟ ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ଦିର୍ଘ ଦୁଇ ବର୍ଷ ହେବ ସେ ସେପରି କାରବାର କରୁଥିବା STF ଆଗରେ ସେ ମଧ୍ୟ ନିଜେ ମାନିଥିଲା। ଯେହେତୁ ଏହାକୁ ନିଶା ଭାବେ ବ୍ୟବହାର କରାଯାଉଛି, ସେନେଇ NDPSରେ କେସ୍ କରି ଆମେ ତାକୁ ଗିରଫ କରି କୋର୍ଟ ଚାଲାଣ କରୁଛୁ।”ଔଷଧ ବିକ୍ରି ଆଳରେ ନୂଆ ନିଶା କାରବାର, ଟ୍ବିନସିଟିରେ ଗୋଦାମ ଠାବ STF ଧର କମ୍ ରିସ୍କରେ ଅଧିକ ମୁନାଫା ନିଶା କାରବାରଏସବୁ କଫ୍ ସିରଫ୍ ବିକ୍ରିର ମାଧ୍ୟମ ସାଜିଛନ୍ତି ଔଷଧ ଦୋକାନି। ଯେକି କମ୍ ରିସ୍କରେ ଅଧିକ ମୁନାଫା କମାଇବା ପାଇଁ ଏଭଳି କାରବାର କରୁଛନ୍ତି। ଏଥିପାଇଁ ଔଷଧ ଦୋକାନ ହେଉଛି ଏସବୁ କାରବାରର ମାଧ୍ୟମ ବୋଲି କ୍ରାଇମବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର କହିଛନ୍ତି। ଏନେଇ ଉଦେଶ୍ୟ ହେଉଛି, ବଡ଼ ଧରଣର ଲାଭ। ଯେହେତୁ ଔଷଧ ଭାବେ ଏସବୁ ବ୍ୟବହାର ହୁଏ, ସ୍ବଭାବିକ ଭବେ ଔଷଧ ଦୋକନରେ ବିକ୍ରି କରିବାର ସୁବିଧା ଥାଏ। ଯେହେତୁ ବଡ଼ ଆକାରରେ ନୁହେଁ, ଖୁଚୁରା ଭାବେ ବିକ୍ରି କରାଯାଏ। ତେଣୁ ଧରାପଡ଼ିବା ଭୟ ନଥାଏ। ଔଷଧ ବିକ୍ରି ଆଳରେ ବିକ୍ରି କରାଯାଏ। ଏପରିକି ଲୋକଙ୍କ ମଧ୍ୟ ଧ୍ୟାନ ଯାଏନି ଏସବୁ ବିକ୍ରି ଉପରେ। ଫଳରେ ବିପୁଳ ପରିମାଣର ଏପରି ବୋତଲ ଖୁଚୁରା ଭାବେ 24 ଘଣ୍ଟା ଉପଲବ୍ଧ ହୋଇଯାଏ। ଏପରିକି ଏସବୁ ବିକ୍ରି କରିବା ପାଇଁ ସେମାନଙକୁ ଏକ ପ୍ରକାର ପ୍ରୋତ୍ସାହନ ମିଳିଯାଏ। ଯାହାର ଫାଏଦା ଏନେଇ ଏହା ବିକ୍ରି ପାଇଁ ଏକ ଗଳାବାଟ ଭାବେ ଏଭଳି କାରବାର ହେଉଛି।
ବିଶେଷ କରି ୨୦ରୁ ୩୦ ଟଙ୍କାରେ କିଣି ୯୦ରୁ ୧୦୦ ଟଙ୍କାରେ ବିକ୍ରି କରାଯାଇଥାଏ ଏହି କଫ୍ ସିରଫ୍। ଫଳରେ ୭୦ରୁ ୯୦ଟଙ୍କା ଯାଏ ମୁନାଫା, ପ୍ରତି ବଟଲ ପିଛା ମିଳିଥାଏ। ଏପରିକି ବଜାରରେ ମିଳୁଥିବା ନିଶା, ଯାହାର ଦାମ୍ ତୁଳନାରେ ଢେର୍ କମ୍ ଥାଏ। ଏପରିକି ଏଥିରେ ଅଧିକ ନିଶାର ମାତ୍ରା ମଧ୍ୟ ରହିଥାଏ। ତେଣୁ ଏସବୁକୁ କିଣିବା ସହଜ ହୁଏ। ଯାହାର ଚାହିଦା ଦେଖି ଫାଇଦା ନେବାକୁ ଦୋକାନି ଔଷଧ ଦୋକାନରେ ବିକ୍ରି କରନ୍ତି। ଫଳରେ ଏଭଳି କାରାବାର ବୃଦ୍ଧିପାଏ।ଏନେଇ ଡ୍ରଗସ ଇନସ୍ପେକ୍ଟର ଚନ୍ଦନ ଗିରି କହିଛନ୍ତି ଯେ, “ଏସବୁ କଫସିରଫ୍ ବିକ୍ରି ପାଇଁ ପ୍ରଥମତଃ ଦୋକାନିମାନେ ଅଫିସିଆଲ୍ ଅର୍ଡର କରିବେ ଡିଷ୍ଟ୍ରିବ୍ୟୁଟରଙ୍କ ପାଖରୁ। କିନ୍ତୁ ଏମାନେ ଯିଏ ଏସବୁ ଯୋଗାଉଛନ୍ତି, ବେଆଇନ ଭାବେ ସପ୍ଲାଏ କରିଥାନ୍ତି। ଏପରିକି ଦୋକନି ବିକ୍ରି ବେଳେ ମଧ୍ୟ ପ୍ରେସକ୍ରିପସନ ଦେଖି ବିକ୍ରି କରିବା କଥା। ହେଲେ ଏହାକୁ ଦୋକାନୀମାନେ ମଧ୍ୟ ମାନୁ ନାହାନ୍ତି। ଫଳରେ ଏହାର ବିକ୍ରି ଲୁଚାଛପାରେ ହେଉଛି। ଫଳରେ ଏସବୁ ନିଶାର ଡିମାଣ୍ଡ ବଢିଯାଉଛି। ଆଉ ଯାହାକୁ ନେଇ ଏଭଳି ବିକ୍ରି କରୁଛନ୍ତି।”କେବଳ ଉତ୍ତର ଭାରତ ଭଳି ରାଜ୍ୟ ପାଇଁ ବିକ୍ରି ଅନୁମତି ଥିବା ଏଭଳି କଫସିରଫ୍ କୁ କୋରିଅର ଜରିଆରେ ଲୁଚାଛପାରେ ଆଣି ଏଭଳି ଓଡ଼ିଶା ବଜାରରେ ବିକ୍ରି କରାଯାଉଛି। ଏସବୁ କାରବାର ଯୋଗୁଁ ମେଡିସିନ ଦୋକାନି ବିନା ରିସ୍କରେ ସହଜରେ ପାଇ ଯାଉଛନ୍ତି। ଫଳରେ ବିକ୍ରି ଯୋଗୁଁ କାରବାର ବୃଦ୍ଧି ପାଉଛି। ଏନେଇ ସବୁ ରାଜ୍ୟ ଏସଟିଏଫକୁ ଧରପଗଡ଼ ପାଇଁ ନିର୍ଦେଶ ରହିଛି। ଏନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ମଧ୍ୟ ଏନେଇ ତଦନ୍ତ ଜାରି ରଖିଛି।