ଆଜି ସକାଳ ୯ଟାରୁ ‘ଜୀ ରାଇଟର୍ସ ରୁମ୍’ ଭୁବନେଶ୍ୱରରେ – ଓଡ଼ିଆ ଲେଖକଙ୍କ ପାଇଁ ଅନନ୍ୟ ସୁଯୋଗ

ଭୁବନେଶ୍ଵର: ଭାରତର ପ୍ରମୁଖ ମନୋରଞ୍ଜନ ନେଟୱାର୍କ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ନିଜର ଏକ ନୂଆ ପଦକ୍ଷେପ ‘ଜୀ ରାଇଟର୍ସ ରୁମ୍’ ଯୋଗେ ଦେଶର ଉଦୀୟମାନ ଲେଖକମାନଙ୍କ ପାଇଁ ଏକ ଅଦ୍ୱିତୀୟ ମଞ୍ଚ ଦେଉଛନ୍ତି। ଏହି ଦେଶବ୍ୟାପୀ ପ୍ରତିଭା ସନ୍ଧାନ ଓଡ଼ିଶାରେ ୩ ଅଗଷ୍ଟ ୨୦୨୫, ରବିବାର ଦିନ ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର, ପଟିଆ, ଭୁବନେଶ୍ୱରରେ ଅନୁଷ୍ଠିତ ହେବ।ସକାଳ ୯ଟାରୁ ଆରମ୍ଭ ହେଉଥିବା ଏହି କାର୍ଯକ୍ରମ, ଯେଉଁଥିରେ ଲେଖନ ଦକ୍ଷତା ଓ କାହାଣୀ କହିବା ଶୈଳୀ ପ୍ରଦର୍ଶନ କରିବାକୁ ୩ ଘଣ୍ଟାର ଏକ ଲିଖିତ ପରୀକ୍ଷା ଅନ୍ତର୍ଭୁକ୍ତ ରହିଛି। ଯେକୌଣସି ୧୮ ବର୍ଷ ବୟସ ଉପରେ ବ୍ୟକ୍ତି ଓଡ଼ିଆ, ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖିବା କ୍ଷମତା ଥିଲେ ଅଂଶଗ୍ରହଣ କରିପାରିବେ। ଏହି ଲେଖା ସବୁ ନିଜ ଉପରେ, ନିଜର କଳ୍ପନା ଓ କାହାଣୀ ଦ୍ୱାରା ଏକ ଅଭିନବ ଅଭିଜ୍ଞତା ରୂପେ ପରିଣତ ହୋଇଥିବା ଆବଶ୍ୟକ।‘ଜୀ ରାଇଟର୍ସ ରୁମ୍,’ ଦ୍ଵାରା ଆମ ଲକ୍ଷ୍ୟ ହେଉଛି ନିଜ ଦେଶର ସ୍ୱର ତଥା ଶବ୍ଦକୁ ଏକ ପ୍ରକୃଷ୍ଠ ମଞ୍ଚ। ଏହି ପଦକ୍ଷେପ ଦ୍ୱାରା ବିଜୟୀ ଲେଖକମାନେ ଜୀ’ର ଟେଲିଭିଜନ, ଓଟିଟି ଏବଂ ଫିଲ୍ମ ପ୍ଲାଟଫର୍ମରେ ସୃଜନଶୀଳ ଟିମ୍ ସହିତ କାମ କରିବାର ଅମୂଲ୍ୟ ସୁଯୋଗ ପାଇପାରିବେ।ପଞ୍ଜିକରଣ ପାଇଁ www.zeewritersroom.com ବା କଲ୍ କରନ୍ତୁ: ୯୦୦୭୯୦୯୭୨୨ଲେଖକ ନୂଆ ହୁଅନ୍ତୁ କିମ୍ବା ଅନୁଭବୀ, ସମସ୍ତଙ୍କ ପାଇଁ ଏହି ମଞ୍ଚ ନିଜର ସ୍ୱପ୍ନ ପୂରଣର ଦେବ ଅବସର। ଆସନ୍ତୁ, ଆପଣଙ୍କ କାହାଣୀ ସହିତ ଆଗକୁ ବଢ଼ନ୍ତୁ ଏବଂ ଏହି ନିଶୁଳ୍କ ସୁଯୋଗକୁ ଉପଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *