ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା, ମିଳିଲା ୨୦ତମ କିସ୍ତି

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ପିଏମ କିଷାନର ୨୦ ତମ କିସ୍ତି ଚାଷୀଙ୍କ ଖାତାକୁ ଗଲା । ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ମୋଟ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା । ୨୦ହଜାର ୫ଶହ କୋଟିରୁ ଅଧିକ ରାଶି DBT ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଉତ୍ତରପ୍ରଦେଶ ବାରାଣସୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ପିଏମ୍‌ କିଷାନ ନିଧି କିସ୍ତି ପଠାଇଛନ୍ତି । କିଷାନ ସମ୍ମାନ ନିଧି ଅଧୀନରେ ଏବେ ସୁଦ୍ଧା ୩ଲକ୍ଷ ୭୦ ହଜାର କୋଟି ଟଙ୍କାର ସମ୍ନାନ ରାଶି ଦିଆଯାଇଛି ।ଏହି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିରେ କୃଷକଙ୍କୁ ବାର୍ଷିକ ୬ହଜାର ଟଙ୍କାର ସହାୟତା ମିଳୁଛି ।

କେମିତି କରିବେ ଚେକ୍ :ପ୍ରଥମେ https://pmkisan.gov.in କୁ ଯାଆନ୍ତୁ ।ଏହାପରେ Know Your Status या “Beneficiary Status” କ୍ଲିକ୍ କରନ୍ତୁ ।ଏହାପରେ ରେଜିଷ୍ଟ୍ରେସନ ନମ୍ବର କିମ୍ବା ମୋବାଇଲ ନମ୍ବର ଡାଏଲ କରନ୍ତୁ ।ଓଟିପି ଭେରିଫାଏ କରନ୍ତୁ ଏବଂ ସ୍କାନ କରିବା ପରେ ଟଙ୍କା ଟ୍ରାନ୍ସଫର ହୋଇଛି ନାହିଁ ଚେକ୍ କରନ୍ତୁ ।

Leave a Reply

Your email address will not be published. Required fields are marked *