
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ପାଣିଗ୍ରାହୀ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ବିଷୋୟୀ, ଉପ ସଭାପତି ଆଦିତ୍ୟ ପ୍ରଧାନ, ଯୁଗ୍ମ ସମ୍ପାଦକ ଗଙ୍ଗା ଧର ଦାସ ପ୍ରମୁଖ ଯୋଗଦେଇଥିଲେ ।ବିଚାରକ ଭାବରେ ମୋନାଲିସା ପ୍ରଧାନ, ସମୀର କୁମାର ମହାନ୍ତି, ଅଜିତ ପାତ୍ର , ବାଲ୍ମୀକି ସେଠୀ, ଉମାକାନ୍ତ ମିଶ୍ର, ବଳରାମ ଦାସ, ରାଧାକାନ୍ତ ନାୟକ , ସୁଶାନ୍ତ କୁମାର ବେହେରା, ଗୋପାଳ କୃଷ୍ଣ ମିଶ୍ର ଯୋଗଦେଇଥିଲେ । ପ୍ରାଥମିକ ବର୍ଗ, ଶିଶୁ ବର୍ଗ, ବାଲ ବର୍ଗ, କିଶୋର ବର୍ଗ ରୁ ମୋଟ ୩୧୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ବଜ୍ଞାନ ମେଳା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡିକ ବେଲଗୁଣ୍ଠା ଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ । ବିଜ୍ଞାନ ପ୍ରମୁଖ ଚିତ୍ତରଞ୍ଜନ ମିଶ୍ର ବିବରଣୀ ପଠନ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ସଂଗୀତା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।