ଶିବଙ୍କୁ ଜଳାଭିଷେକ ପାଇଁ ଯାଉଥିଲେ, ନିଜେ ପାଣିରେ ବୁଡ଼ିଗଲେ, ୧୧ ମୃତ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ଗୋଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟମାନେ ଆହତ ହୋଇଛନ୍ତି । ଗାଡ଼ିରେ ଥିବା ସମସ୍ତ ଲୋକ ପୃଥ୍ୱୀନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ସମୟରେ ଗାଡ଼ି ହଠାତ୍ ନାଳରେ ଖସିପଡିଥିଲା । ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ଅଧିକାରୀମାନଙ୍କୁ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସ୍ଥାନୀୟ ଲୋକ କହିବା ମୁତାବକ, ଗାଡ଼ିରେ ୧୫ ଜଣ ଲୋକ ଥିଲେ, ଏମାନେ ସମସ୍ତେ ଗୋଣ୍ଡାର ପ୍ରସିଦ୍ଧ ପୃଥ୍ୱୀନାଥ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ଯାଉଥିଲେ । ହେଲେ ବାଟରେ ଗାଡ଼ିଟି ଅନିୟନ୍ତ୍ରିତ ହୋଇ ରାସ୍ତା କଡ଼ରେ ଥିବା ନାଳରେ ଖସିପଡିଥିଲା । ଘଟଣା ସ୍ଥଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।ଘଟଣା ବିଷୟରେ ସୂଚନା ମିଳିବା ପରେ ହାଟିୟାଥୋକ ଥାନା ପୋଲିସ, ଏନଡିଆରଏଫ ଏବଂ ସ୍ଥାନୀୟ ପ୍ରଶାସନ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କୁ ଚିକିତ୍ସା କରିବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ପୃଥ୍ୱୀନାଥ ମନ୍ଦିର ଗୋଣ୍ଡା ଜିଲ୍ଲାର କରନେଲଗଂଜ କ୍ଷେତ୍ରରେ ରହିଛି । ଏହା ଏସିଆର ସବୁଠୁ ବଡ଼ ଶିବଲିଙ୍ଗ ମଧ୍ୟରେ ଅନ୍ୟତମ । ଶ୍ରାବଣ ମାସରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସନ୍ତି

Leave a Reply

Your email address will not be published. Required fields are marked *