ନିଶା ଔଷଧ ବିକ୍ରି ଅଭିଯୋଗରେ ପୁରୀ ବାସେଳି ସାହି ଥାନା ଦ୍ୱାରା ଧଡ଼ିଆ ଗିରଫ

ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ): ବେଆଇନ ଭାବେ ନିଶା ଔଷଧ ବିକ୍ରି କରିବା ଅଭିଯୋଗରେ ବାସେଳି ସାହି ଥାନା ପୋଲିସ ଜଣେ ଅସାମାଜିକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇ ଥିବା ଅଭିଯୁକ୍ତ ପରିଚୟ ହେଲା ଏହି ଥାନା ଅଧୀନ ମଙ୍ଗଳାଘାଟର ଧଡ଼ିଆ ଓରଫ ବାସୁଦେବ ବେହେରା (୪୫) । ତା ନିକଟରୁ ପୋଲିସ ୨୨ ବୋତଲ ନିଶା ଔଷଧ ଏସ୍କଫ ସିରଫ ଜବତ କରିଛି। ଏନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କୋର୍ଟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିବାରୁ ପୋଲିସ ତାକୁ ଜେଲକୁ ପଠାଇ ଦେଇଛି ବୋଲି କହିଛନ୍ତି ବାସେଳୀ ସାହି ଥାନା ଅଧିକାରୀ ବିକ୍ରମ କେଶରୀ ଜେନା।

Leave a Reply

Your email address will not be published. Required fields are marked *