ଗଜପତି: ଗୁଣି ସନ୍ଦେହରେ ଯୁବକକୁ ହତ୍ୟାକରି ଡ୍ୟାମରେ ଫିଙ୍ଗିଦେଲେ

ମୋହନା (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗୁଣି ସନ୍ଦେହରେ ଯୁବକ କୁ ହତ୍ୟା କରି ଡ୍ୟାମ ରେ ଫିଙ୍ଗିଦେଲେ l ମୃତକ ଗଜପତି ଜିଲ୍ଲା ମୋହନା ଥାନା ରାଚାଗୁଡା ଗାଁର ଗୋପାଳ ମଳିକ l ହତ୍ୟା ପରେ ମୃତଦେହ କୁ ଅଡବା ହରଭଙ୍ଗୀ ଡ୍ୟାମ ରେ ଫିଙ୍ଗିଦେଲେ ଗ୍ରାମବାସୀ l ଖବର ପାଇ ମୋହନା, ଅଡବା ଥାନା ପୋଲିସ ଅଭିଯୁକ୍ତ ମାନଙ୍କୁ ରାତି ସାରା ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଛି l ଏହି ହତ୍ୟା ଘଟଣା ରେ ରାଚାଗୁଡା ଓ ଗୁଞ୍ଜିମା ଗାଁର ୧୪ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ l ଏଥିସହ ୩ ଟି ଅଟୋ ଓ ସମସ୍ତ ଙ୍କ ମୋବାଇଲ ଜବତ କରାଯାଇଛି l ଗତ ୧୫ ଦିନ ତଳେ ରାଚାଗୁଡା ଗାଁର ସୁବାଷ ମଳିକ ଙ୍କ ସ୍ତ୍ରୀ ଝୁନୁ ର କୌଣସି କାରଣରୁ ମୃତ୍ୟୁ ହୋଇଥିଲା l ଗୋପାଳ ଗୁଣି କରି ଝୁନୁ କୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ l ଗୋପାଳ ନିଜ ଶ୍ୱଶୁର ଘର ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ଗଣ୍ଡିଗାଁ ରେ ରହୁଥିଲା l ଗତ ରାତିରେ ଗୋପାଳ କୁ ତାଙ୍କ ଶ୍ୱଶୁର ଘରୁ ଉଠାଇ ଆଣି ୨ ଟି ଅଟୋରେ ଗ୍ରାମବାସୀ ହରଭଙ୍ଗୀ ଡ୍ୟାମ କୁ ନେଇଥିଲେ l ସେଠାରେ ଗୋପାଳ କୁ ହତ୍ୟାକରି ଡ୍ୟାମ ରେ ଫିଙ୍ଗି ଦେଇ ଚାଲି ଆସିଥିଲେ l ଖବର ପାଇ ମୋହନା ପୋଲିସ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି l ମୋହନା ଅଗ୍ନିଶମ ବାହିନୀ ଓ ପୋଲିସ ହରଭଙ୍ଗୀ ଡ୍ୟାମ ରୁ ମୃତଦେହ ଜବତ କରିଛି l

Leave a Reply

Your email address will not be published. Required fields are marked *