ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପିଡିତାଙ୍କ ମୃତ ଦେହ, କଡା ସୁରକ୍ଷା ମଧ୍ୟରେ ନିଆଗଲା ବାୟାବର

ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ବାୟାବର ନୂଆ ଗୋପାଳପୁରରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି(ରବିବାର) ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା ବଳଙ୍ଗା ପୀଡିତାଙ୍କ ପାର୍ଥିବ ଶରୀର । ପୀଡିତାଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ନେତାଙ୍କ ଭିଡ ଜମିଥିଲା । ଏହା ପରେ ମହାପ୍ରୟାଣ ଗାଡିରେ ଗାଁକୁ ଯାଇଥିଲା ପୀଡିତାଙ୍କ ମରଶରୀର । କାନ୍ଦବୋବାଳିରେ ଫାଟି ପଡିଲା ଗାଁ ।

ଦିଲ୍ଲୀରୁ ଆସିଲା ପୀଡିତାଙ୍କ ମରଶରୀର:ଗତକାଲି(ଜୁଲାଇ 3) ଇଣ୍ଡିଗୋ ବିମାନ (6E2201) ଯୋଗେ ପୀଡିତାଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା । ନୂଆଦିଲ୍ଲୀରୁ 8.55 ମିନିଟରେ ବିମାନ ଉଡାଣ ଭରିଥିବା ବେଳେ ଭୁବନେଶ୍ବରରେ ରାତି ପ୍ରାୟ 10.30 ସୁଦ୍ଧା ପହଞ୍ଚିଥିଲା ମୃତଦେହ ।

ବିମାନବନ୍ଦରରେ ନେତାମନ୍ତ୍ରୀଙ୍କ ଭିଡ:ପୀଡିତାଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରରେ ଲାଗିଥିଲା ନେତା ମନ୍ତ୍ରୀଙ୍କ ଭିଡ । ବିଜେପି, ବିଜେପି, ଓ କଂଗ୍ରେସର ନେତା ବିମାନ ବନ୍ଦରରେ ପୀଡିତାଙ୍କ ଶେଷ ଦର୍ଶନ କରିଥିଲେ । ଲୋକାରଣ୍ୟ ହୋଇଉଠିଥିଲା ଭୁବନେଶ୍ବର ବିମାନ ବନ୍ଦର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପିପିଲିର ପୂର୍ବତନ ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, କଂଗ୍ରେସର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଅନେକ ନେତା କର୍ମୀ ପୀଡିତାଙ୍କ ଶେଷ ଦର୍ଶନ କରିଥିଲେ ।

ମହାପ୍ରୟାଣ ଗାଡିରେ ଗାଁରେ ପହଞ୍ଚିଲା ମୃତଦେହ:ଶେଷ ଦର୍ଶନ ପରେ କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ ମହାପ୍ରୟାଣ ଗାଡିରେ ପୀଡିତାଙ୍କ ଗାଁ ବାୟାବର ନୂଆ ଗୋପାଳପୁର ଅଭିମୁଖେ ବାହାରି ଥିଲା ମରଶରୀର । ବିଳମ୍ବିତ ରାତି 12ଟା ଗାଁରେ ପହଞ୍ଚିଥିଲା ମୃତଦେହ । ଏହାପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।

ଆଜି ଶେଷକୃତ୍ୟ:ସଂଖ୍ୟାଲଘୁ ସମ୍ପ୍ରଦାୟର ରୀତିନୀତି ଅନୁସାରେ ଆଜି(ସୋମବାର) ସକାଳ ପ୍ରାୟ 9ଟା ସମୟରେ ପୀଡିତାଙ୍କୁ କବର ଦିଆଯିବ । ଏନେଇ ଗ୍ରାମବାସୀ ସୂଚନା ଦେଇଛନ୍ତି । ଏଥିପାଇଁ ଗାଁରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୂରା ଗାଁରେ ପୋଲିସ ଛାଉଣୀ ହୋଇଛି ।

Leave a Reply

Your email address will not be published. Required fields are marked *