ରାଉରକେଲା ଝିରପାଣି ଗାଁ ମେଳାରେ ଲାଗିଲା ନିଆଁ,  ୧୫ଟି ଦୋକାନ ଭସ୍ମୀଭୂତ

ରାଉରକେଲା : ମେଳାରେ ଲାଗିଲା ନିଆଁ, ୧୫ଟି ଦୋକାନ ଭସ୍ମୀଭୂତ । ରାଉରକେଲା ଝିରପାଣି ଗାଁ ମେଳାରେ ଅଗ୍ନିକାଣ୍ଡ। ଆଜି ଭୋରରୁ ନିଆଁ ଲାଗି ୧୫ରୁ ଉର୍ଦ୍ଧ୍ବ ଦୋକାନ ଜଳିଯାଇଛି । ଗୋଟିଏ ଦୋକାନ ରେ ରଖାଯାଇଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ବ୍ଲାଷ୍ଟ ହୋଇଥିଲା ।ଫଳରେ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନ କୁ ମାଡ଼ି ଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *