ବେଲଗୁଣ୍ଠା: ଡକାୟତି ଯୋଜନା ବେଳେ ମାଡି ବସିଲା ପୋଲିସ; ଖଣ୍ଡା, କାତି ସହ କାର୍ ଓ ବାଇକ୍ ଜବତ, ୮ଗିରଫ

ବେଲଗୁଣ୍ଠା ୦୫/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଇଲାକାରେ
ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୮ ଜଣକୁ ବେଲଗୁଣ୍ଠା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ବେଲଗୁଣ୍ଠା ଥାନା ଉଢୁରା ଗ୍ରାମର ଅଶ୍ବିନୀ ନାଇକ, ଲୋକନାଥ ନାଇକ, କେବିରି ବରହମପୁର ର ରଞ୍ଜିତ କୁମାର ସ୍ବାଇଁ, ବୋରି ପଦରର ସିମାଞ୍ଚଳ ଗୌଡ଼, ନୁଆ ତନରଡାର ପ୍ରଶାନ୍ତ ମଲ୍ଲିକ, ଶଙ୍କର ଗଉଡ, ଭଞ୍ଜନଗର ଥାନା ଅଧିନ ସରଧାପୁରର ସୁଜିତ କୁମାର ଗୌଡ଼ ଓ ତାରସିଂ ଥାନା ଗୋପୀନାଥପୁର ର ନିଳମାଧବ ସେଠି। ସେମାନଙ୍କ ନିକଟରୁ ୩ଟି ଖଣ୍ଡା, ୪ଟି କାତି, ଗୋଟିଏ ଲୁହା ରଡ୍, ଗନ ପାଉଡର, ୧୧ ଟି ମୋବାଇଲ ଫୋନ ସହ ୩ଟି ବାଇକ୍ ଓ ୩ଟି କାର ଜବତ ହୋଇଛି।

ସୁଚନାନୁସାରେ,ଗତ କାଲି ରାତିରେ ବେଲଗୁଣ୍ଠା ପୁଲିସ ପେଟ୍ରୋଲିଂ କରୁଥିଲା। ଏହି ସମୟରେ କୋକଲୁଣ୍ଡା ଛକ ନିକଟ କାଜୁ ବଗିଚାରେ କିଛି ଅସାମାଜିକ ବ୍ୟକ୍ତି ଏକାଠି ଥିବା ଓ ସେମାନେ କୌଣସି ଏକ ବଡ ଅଘଟଣ ଘଟାଇ ବଡ ଧରଣର ଡକାୟତି କରିବା ନେଇ ଏକାଠି ହୋଇଥିଲେ। ଖଣ୍ଡା ଓ କାତି ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ବେଲଗୁଣ୍ଠା ଥାନା ଅଧିକାରୀଙ୍କ ନେତୃତ୍ବରେ ଗଠିତ ପୁଲିସ ଟିମ୍ ଅଚାନକ ଚଢ଼ଉ କରିଥିଲେ । ପୁଲିସକୁ ଦେଖି ସେମାନେ ଦୌଡିବାକୁ ଲାଗିଥିଲେ । ପୁଲିସ ଘଟଣାସ୍ଥଳରେ ସମସ୍ତଙ୍କୁ କାବୁ କରିବାକୁ ସଫଳ ହୋଇଥିଲା। ଏମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି।

Leave a Reply

Your email address will not be published. Required fields are marked *