ଭଞ୍ଜନଗର: ସଫ୍ଟୱେର ଅପଡେଟ ପରେ ଡାକ ବିଭାଗ ଅଚଳ; ନିରାଶ ହୋଇ ଫେରୁଛନ୍ତି ଲୋକେ

ଭଞ୍ଜନଗର ୦୫/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଡାକ ବିଭାଗ ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ସୋମବାର ରାଜ୍ୟରେ ନୂଆ ସଫ୍ଟୱେର ଅପଡେଟ କରିଥିଲେ। କିନ୍ତୁ ସଫ୍ଟୱେର ଅପଡେଟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଚିଠି ପଠାଇବା କାର୍ଯ୍ୟ ସମ୍ପୂର୍ଣ ଅଚଳ ହୋଇପଡିଛି। ଏହିଭଳି ଭଞ୍ଜନଗର ମୁଖ୍ୟ ଡାକ ଘରେ ମଧ୍ୟ ରେଜିଷ୍ଟ୍ରି ଚିଠି ପଠାଯାଇ ପାରୁ ନାହିଁ। ଏଥିସହ ଆଉ କିଛି ସେବା ମଧ୍ୟ ପ୍ରଭାବିତ ହୋଇଛି। ବର୍ତ୍ତମାନ ରାକ୍ଷୀପୂର୍ଣ୍ଣିମା ଚାଲିଛି। ଲୋକେ ରାକ୍ଷୀ ପଠାଇବାକୁ ଆସି ନିରାଶ ହୋଇ ଅଫିସରୁ ଫେରି ଯାଉଛନ୍ତି। ଏଥିସହ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ ଚିଠି ମଧ୍ୟ ଯାଇ ପାରୁନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ସରକାର ସଫ୍ଟୱେର ଅପଡେଟ କିଭଳି ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। କିନ୍ତୁ ସେବା କେବେ ସାଭାବିକ ହେବ ତାହାକୁ ନେଇ ଗ୍ରାହକଧ୍‌ମାନେ ଚାହିଁ ବସିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆ ସଫ୍ଟୱେର ଅପଡେଟ କରିବା ପୂର୍ବରୁ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ କର୍ମଚାରୀ ମାନଙ୍କୁ ତାଲିମ ଦିଆଯାଇଥିଲା। ତାଲିମ ପ୍ରକ୍ରିୟା ସରିବା ପରେ ସଫ୍ଟୱେର ଅପଡେଟ କରାଯାଇଥିଲା । ଏହାପରେ ନୂଆ ସଫ୍ଟୱେର ଅପଡେଟ ମାଧ୍ୟମରେ କର୍ମଚାରୀମାନେ କରିବାର ଥିଲା। କିନ୍ତୁ ସଫ୍ଟୱେର ହଠାତ୍‌ କାମ ଦେଇନାହିଁ।

Leave a Reply

Your email address will not be published. Required fields are marked *