ଉତ୍ତରକାଶୀରେ ବାଦଲ ଫଟା ବର୍ଷା; ବନ୍ୟାରେ ଭାସିଗଲା ଘର, ଦୋକାନ, 4 ମୃତ –

ଉତ୍ତରକାଶୀ: ଉତ୍ତରାଖଣ୍ଡରେ ପୁଣି ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ହର୍ଷିଲ ନିକଟ ଧରାଳି ଗାଁରେ ଖୀରଗଙ୍ଗା ନଦୀରେ ଭୟଙ୍କର ବନ୍ୟା ଆସିଛି। ବାଦଲଫଟା ବର୍ଷା ଯୋଗୁଁ ବନ୍ୟା ପାଣିର ପ୍ରଖର ସ୍ରୋତ ଆସି ଅନେକ ହୋଟେଲ ଓ ଘର ମାନଙ୍କରେ ପ୍ରବେଶ କରିଛି। ବନ୍ୟା ପାଣି ସହିତ ଘର ଏବଂ ଦୋକାନରେ ମଧ୍ୟ ଭଗ୍ନାବଶେଷ ପ୍ରବେଶ କରିଛି। ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଧରାଳି ଖୀରଗଙ୍ଗାରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଧରାଳି ବଜାର ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ଉତ୍ତରକାଶୀ ଜିଲ୍ଲାପାଳ ପ୍ରଶାନ୍ତ ଆର୍ଯ୍ୟା ସୂଚନା ଦେଇଛନ୍ତି। ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ, ସେନା ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ବାହାରିଛି। ଭାଟୱାଡିରୁ ଏସଡିଆରଏଫ୍ ଦଳ ମଧ୍ୟ ଧରାଳି ଯାଇଛି। ଆଜି ସକାଳେ ହିଁ ଉତ୍ତରକାଶୀ ଜିଲ୍ଲାର ବାରକୋଟ୍ ତହସିଲ ଅଞ୍ଚଳର ବନାଲ୍ ପଟ୍ଟିରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବହୁ ସଂଖ୍ୟକ ଛେଳି ମଧ୍ୟ ନଦୀରେ ଭାସି ଯାଇଛନ୍ତି।ଅନେକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଧରାଳି ଖୀରଗଙ୍ଗାରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଧରାଳି ବଜାର ଅଞ୍ଚଳରେ ପ୍ରବଳ କ୍ଷତି ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ରିଲିଫ୍ ଏବଂ ଉଦ୍ଧାର ପାଇଁ ସେନା ବାହାରିଛି। ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନା ବାହାରିଛି। ଭାଟୱାଡିରୁ SDRF ଦଳ ମଧ୍ୟ ଧରାଳି ଯାଇଛି। ଉତ୍ତରକାଶୀର ଧରାଳି ହେଉଛି ଗଙ୍ଗୋତ୍ରୀ ଧାମର ମୁଖ୍ୟ ରହଣିସ୍ଥଳ। ଧରାଳିରେ ଖୀରଗଙ୍ଗା ନଦୀରେ ଏହି ଭୟଙ୍କର ବନ୍ୟା ଆସିଛି। ବନ୍ୟା ଯୋଗୁଁ 25ରୁ ଅଧିକ ହୋଟେଲ ଏବଂ ହୋମଷ୍ଟେ ନଷ୍ଟ ହୋଇଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବନ୍ୟା ପାଣିରେ ଭାସିଯିବା ସହିତ ବହୁ ସଂଖ୍ୟକ ଲୋକ ଭଗ୍ନାବଶେଷରେ ପୋତି ହୋଇଥାଇ ପାରନ୍ତି।ସବୁଠି ବିନାଶର ସଙ୍କେତ:କୁହାଯାଉଛି ଯେ ଖୀରଗଙ୍ଗା ନଦୀର ଉପର ଅଞ୍ଚଳରେ ଏକ ବାଦଲ ଫାଟି ପଡ଼ିଥିଲା। ବାଦଲ ଫାଟିବା ମାତ୍ରେ ଏକ ଭୟଙ୍କର ବନ୍ୟା ଆସିଗଲା। କିଛି ସମୟ ମଧ୍ୟରେ, ବନ୍ୟା ଧରାଳି ବଜାରକୁ ଗ୍ରାସ କରିଦେଲା। ବନ୍ୟା ପାଣି ଭଗ୍ନାବଶେଷ ସହିତ ମିଶି ଏତେ ଦ୍ରୁତ ଗତିରେ ତଳକୁ ଆସିଗଲା ଯେ, ଲୋକେ କେଉଁଆଡ଼େ ଯିବେ କିଛି ଥଳକୂଳ ପାଇନଥିଲେ। ଏହି ସମୟରେ ଧରାଳି ବଜାର ଉପରେ ଉପସ୍ଥିତ ଲୋକମାନେ ଦୌଡ଼, ଦୌଡ଼ ବୋଲି ଚିତ୍କାର କରିଥିଲେ। କିନ୍ତୁ ବନ୍ୟାର କରାଳ ଶବ୍ଦରେ ସେମାନଙ୍କ ସ୍ୱର ବୁଡ଼ି ଯାଇଥିଲା।

Leave a Reply

Your email address will not be published. Required fields are marked *