ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇଛି l ବସଷ୍ଟାଣ୍ଡ ପରିସରରେ ସଂଘବଦ୍ଧ ଭାବେ ଆକ୍ରମଣ

ପୁରୀ ,(ବଳରାମ ତ୍ରିପାଠି ରିପୋର୍ଟ) :ପୁରୀ ଦିନ ଦ୍ବିପହରରେ ଦୁର୍ବୁତ୍ତମାନଙ୍କ ଆତଙ୍କରାଜ। ପୁରୀ ବସଷ୍ଟାଣ୍ଡ ପରିସରରେ ଥିବା ତାରିଣୀ ମନ୍ଦିର ଠାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ରାମଚଣ୍ଡୀ ବାଲି ଉପର ବସ୍ତିର ଜଗନ ବେହେରା। ଜଗନକୁ ୧୦ ରୁ ଉର୍ଦ୍ଧ୍ବ ଦୁର୍ବୁତ୍ତ ଛରୀରେ ସଂଘବଦ୍ଧ ହୋଇ ମରଣାନ୍ତକ ଆକ୍ରମଣ କରିବା ସହ ତଳେ ପକାଇ ଗୋଇଠା ବିଧା ମାରି ଲହୁଲୁହାଣ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଆକ୍ରମଣର ଶିକାର ହୋଇଥିବା ଜଗନ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୁରୀ ବସଷ୍ଟାଣ୍ଡରେ ଦୁର୍ବୁତ୍ତଙ୍କ ଏଭଳି ଆତଙ୍କରାଜକୁ ଦେଖି ଯାତ୍ରୀ ଓ ପର୍ଯ୍ୟଟକ ମାନେ ଭୟଭୀତ6 ହୋଇ ପଡିଛନ୍ତି।‌ ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ ସହରରେ ଦିନ ଦ୍ବିପହରରେ ଦୁର୍ବୁତ୍ତମାନଙ୍କ ଏଭଳି ଆତଙ୍କରାଜକୁ ଦେଖି ଜନସାଧାରଣ ଓ ପର୍ଯ୍ୟଟକ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *