ଜଙ୍ଗଲରେ ହାତୀଙ୍କ ପାଇଁ ଲଗାଯିବ ଧାନ ଗଛ, ମୋଦିଙ୍କ ଜନ୍ମଦିନରେ ଲାଗିବ 75 ଲକ୍ଷ ଚାରା

ଆଦିବାସୀଙ୍କ ସହ ସଙ୍ଘର୍ଷ ନୁହେଁ ସମ୍ପର୍କ ଯୋଡିବାର ଆବଶ୍ୟକ: ମୁଖ୍ୟମନ୍ତ୍ରୀ କହିଛନ୍ତି,” ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ। ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି। ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ। ବନ ଅଧିକାରୀ ମାନେ ସମସ୍ତେ ମୁଖ୍ୟତଃ ଗରିବ, ଆଦିବାସୀ, ଦଳିତ ବର୍ଗ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି। ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ସହ ସମ୍ବେଦନଶୀଳତା ସହ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥି ସହିତ ହାତୀ ମନୁଷ୍ୟ ସଂଘର୍ଷକୁ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ପାଇଁ ଧାନ ଚାଷ କରିବା ପାଇଁ ବିଭାଗକୁ ସେ ପରାମର୍ଶ ଦେଇଛନ୍ତି।

ଦୁର୍ନୀତି ଠାରୁ ଦୁରେଇ ରୁହନ୍ତୁ ଅଧିକାରୀ:ଦୁର୍ନୀତି ବିରୋଧରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ତେଣୁ, ଅଧିକାରୀ ମାନେ ଦୁର୍ନୀତିରୁ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । ଓଡିଶା ବୃକ୍ଷ ରୋପଣରେ ଚତୁର୍ଥ ସ୍ଥାନ: ୫୨୪୩୪ ବର୍ଗ କିଲୋମିଟରରେ ବୃକ୍ଷ ଆଚ୍ଛାଦିତ ହୋଇପାରିଛି। ୬.୫୨ ଗଛ ଲଗାଇ ଭାରତ ବର୍ଷରେ ଚତୁର୍ଥ ସ୍ଥାନରେ ରହିଛି ଓଡି଼ଶା। ପ୍ରତିଦିନ ଆମେ ପାଖାପାଖି ୧୦ ଲକ୍ଷ ଗଛ ଲଗାଇ ଚାଲିଛେ। ମୁଁ ଗଛ ଲଗାଇବାକୁ ନେଇ ଦିଲ୍ଲୀରେ ଆସନ୍ତା କାଲି ବି ଆଲୋଚନା କରିବି। ୭୫ଗଛ ଏକଦିନରେ ଲଗାଇବା। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବାକୁ ଯାଉଛି। ସେହି ଦିନ ଏକକାଳୀନ ବୃକ୍ଷ ରୋପଣ କରି ତାଙ୍କୁ ଜନ୍ମ ଦିନ ଭେଟି ଦେବା।

ମୋଦିଙ୍କ ଜନ୍ମଦିନରେ ଲାଗିବ 75 ଲକ୍ଷ ଚାରା:”ଚଳିତ ବର୍ଷ ସାଢେ 7 କୋଟି ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖିଛୁ । ମାସିକ ଡ୍ରାଇଭ କରିବାକୁ ମଧ୍ୟ ଯୋଜନା କରିଛୁ । ବନ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଗୋଟିଏ ଦିନରେ 75 ଲକ୍ଷ ଚାରା ରୋପଣ କରିବାକୁ ନିଷ୍ପତ୍ତି ନେଇଛୁ । ବର୍ତ୍ତମାନ ଦିନକୁ ପ୍ରାୟ 10 ଲକ୍ଷ ଚାରା ରୋପଣ କରାଯାଉଛି । ଡିସେମ୍ବର ପର୍ଯ୍ୟନ୍ତ ବୃକ୍ଷରୋପଣ କାର୍ଯ୍ୟଚାଲିବ । ” ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।ବିପଦରେ ବନ୍ୟଜନ୍ତୁ:ଶିକାରୀ ଅର୍ଥ ଲୋଭରେ ବନ୍ୟଜନ୍ତୁଙ୍କ ହତ୍ୟା କରି ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ନେଇ ଯାଉଛନ୍ତି । ଯାହା ପାଇଁ ବନ୍ୟଜନ୍ତୁ ବିପଦରେ ପଡିଛନ୍ତି। ହାତୀର ଦାନ୍ତ ସହ ବାଘର ସମସ୍ତ ଅଙ୍ଗ ଦରକାର। ତେଣୁ ତାଙ୍କର ଶିକାର କରୁଛନ୍ତି । ବାଘର ୭୭୯ ଟି ହାତୀ ବିଭିନ୍ନ କାରଣରେ ୧୦ ବର୍ଷରେ ମାରିଛନ୍ତି। ଏହା ଚିନ୍ତାରେ ବିଷୟ। ମଣିଷ ହାତୀ ଲଢେଇ ସ୍ଵାଭାବିକ କଥା। ୧୧ ସହ ମୃତ୍ୟୁ ସଂଖ୍ୟା ରହିଛି। ମୂଲ୍ୟବାନ ବୃକ୍ଷକୁ ସୁରକ୍ଷା ଦେବା ଆବଶ୍ୟକ ରହିଛି। ୨୦ ଟି ଛୋଟ ବଡ ଔଷଧ ଜଙ୍ଗଲ ରହିଛି। ତାର ସୁରକ୍ଷା ଆମର ଦାୟିତ୍ଵ ।

Leave a Reply

Your email address will not be published. Required fields are marked *