ଦେଶର ସର୍ବକନିଷ୍ଠ ‘ଜୁରୀ’ ପ୍ରକୃତି, କହିଲେ ମନୋନୀତ ପଛର କାରଣ

ଭୁବନେଶ୍ବର: ଓଡ଼ିଶା ପାଇଁ ଗୌରବ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସର୍ବକନିଷ୍ଠ ‘ଜୁରୀ’ ଭାବେ ଜାତୀୟ ପୁରସ୍କାରରେ ନିଜ ନାଁ ସାମିଲ କରି ସଫଳତା ହାତେଇଛନ୍ତି ପ୍ରକୃତି । ଅଗଷ୍ଟ 1ରେ 71ତମ ଜାତୀୟ ପୁରସ୍କାର ଘୋଷଣା ହୋଇଥିଲା । ଯେଉଁଥିରେ 3ଟି ଓଡ଼ିଆ ଫିଲ୍ମ ବ୍ୟତୀତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତେବେ ପ୍ରକୃତି ରାଜ୍ୟର ପ୍ରଥମ ମହିଳା ଅଭିନେତ୍ରୀ ଭାବେ ସେ ଏହି ପୁରସ୍କାର ଲାଭ କରିଛନ୍ତି । ଯାହା ଗର୍ବର ବିଷୟ । ସେ ଏହି ସଫଳତାର ଶ୍ରେୟ ନିଜ ପରିବାର ଓ ଓଡ଼ିଶାବାସୀଙ୍କୁ ଦେଇଛନ୍ତି ।

ଜୁରୀ’ ମନୋନୀତ ପଛର କାରଣ କହିଲେ ପ୍ରକୃତିଏହା ବହୁତ ଗର୍ବର ବିଷୟ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ କିଛି ବର୍ଷରୁ ପରିଚୟ ମିଳିଆସିଲାଣି ଏବଂ ଏହି ବର୍ଷ ମୋର ଭାଗ୍ୟରେ ଥିଲା ଯେ ଓଡ଼ିଶାରୁ ସେମାନେ ସେଣ୍ଟ୍ରାଲ ପ୍ୟାନେଲରେ ମୋତେ ଜୁରୀ ଭାବେ ମନୋନୀତ କରିଥିଲେ ଫାଇନାଲାଇଜ କରିଥିଲେ । ମୁଁ ପୂର୍ବରୁ ଜାତୀୟ ପୁରସ୍କାର ପାଇସାରିଛି ଏହା ଥିଲା ମୁଖ୍ୟ କାରଣ ଥିଲା । ପ୍ରଥମେ ମୋତେ ବିଶ୍ୱାସ ହେଉନଥିଲା । ଭଗବାନ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ଓ ଓଡ଼ିଶାବାସୀଙ୍କ ଭଲପାଇବା ଯୋଗୁଁ ମୋତେ ଏତେ ବଡ଼ ଦାୟିତ୍ୱ ମିଳିଲା ।”

Leave a Reply

Your email address will not be published. Required fields are marked *