ଭଞ୍ଜନଗର: ସ୍ତ୍ରୀ ସାପ କବଳରୁ ରକ୍ଷା ପାଇଥିଲେ; ଏବେ ସ୍ବାମୀଙ୍କୁ କାମୁଡ଼ିଲା ସାପ, ବ୍ରହ୍ମପୁର ସ୍ଥାନାନ୍ତର

ଭଞ୍ଜନଗର ୦୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇର ଶଙ୍କର ନାୟକଙ୍କୁ ଏକ ବିଷଧର ସାପ ଦଂଶନ କରିଥିଲା । ଫଳରେ ଶଙ୍କରଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଶଙ୍କର ପରିବାର ଲୋକଙ୍କ ସହ ମିଶି ଘରେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ ଏକ ସାପ ଆସି ଶଙ୍କରଙ୍କୁ ଦଂଶନ କରିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପୂର୍ବରୁ ସ୍ତ୍ରୀ ଉର୍ମି ନାୟକ ସାପ ଦଂଶନରୁ ରକ୍ଷା ପାଇ ଯାଇଥିଲେ। ସାପକୁ ଦେଖି ସାମୀ ବାଡେଇ ମାରିଦେଇଥିଲେ। କିନ୍ତୁ ଗତକାଲି ରାତିରେ ଆଉ ଗୋଟିଏ ସାପ ଶଙ୍କରଙ୍କୁ ଦଂଶନ କରିଥିଲା।

Leave a Reply

Your email address will not be published. Required fields are marked *