ଭଞ୍ଜନଗର: ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ କରାଗଲା ସଚେତନ

ଭଞ୍ଜନଗର ୦୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଅଗ୍ନିଶମବାହିନୀ ପକ୍ଷରୁ ବୁଧବାର ପ୍ରାକୃତିକ ଦୁର୍ବିପାକକୁ କିଭଳି ମୁକାବିଲା କରାଯିବ ସେନେଇ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ତାଲିମ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଅଧକ୍ଷ ପ୍ରଦୀପ କମାନୁଙ୍କ ଉପସ୍ଥିତିରେ ଦମକଳ ବାହିନୀ କର୍ମଚାରୀ ତାଲିମ ଦେଇଥିଲେ। ରନ୍ଧନ ଗ୍ୟାସ ଲିକ ହେଲେ ତାକୁ କିଭଳି ମୁକାବିଲା କରାଯିବ, ବନ୍ୟା, ବାତ୍ୟା ସମୟରେ କଣ କରାଯିବ ସେନେଇ ସଚେତନ କରାଯାଇଥିଲା । ଏଥିସହ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରପାତି ଉପରେ ମଧ୍ୟ ସଚେତନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *