ଭଂଜନଗରରେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭଞ୍ଜନଗର, ୦୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ ଯାହାକି ଈଶ୍ୱର ଙ୍କ ବରଦାନ ଭଳି ପରିଲକ୍ଷିତ ହୁଏ। କେଁଉ ସମୟରେ କିଏ ଜୀବନରେ ଆସି ଅସରନ୍ତି ସ୍ନେହ ଦେଇଯାଇଥାଏ ତାହା କେବେ ବି ଭୁଲି ହୁଏନି।ମଣିଷ ନିଜ ଦୈନଦିନ ଜୀବନରେ ବା ସମାଜ ରେ ବଂଚିବା ପାଇଁ ହେଲେ ବନ୍ଧୁତା ନିତ୍ୟାନ୍ତ ଆବଶ୍ୟକ। ସେହି ଭଳି ଏକ ନିଆରା ବନ୍ଧୁତ୍ୱ ର ପରିଭାଷା ଦେଖିବାକୁ ମିଳିଛି ଭଞ୍ଜନଗର ଠାରେ। ରୋଟାରି କ୍ଳବ ସଦସ୍ୟ ଦିବ୍ୟରଞ୍ଜନ ଦାସ ଙ୍କ ପୌରାହିତ୍ୟ ରେ ତିନୋଟି ସ୍ବେଛାସେବୀ ସଂଗଠନ ରୋଟାରି କ୍ଳବ, ଗୋପବନ୍ଧୁ ଟ୍ରଷ୍ଟ, ବିପଦର ବନ୍ଧୁ ଏକାଠି ହୋଇ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ଠାରେ ବ୍ୟାଟମିଣ୍ଟନ ଖେଳ ଖେଳି ବନ୍ଧୁତ୍ୱର ଏକ ଭାବ ଆଦାନପ୍ରଦାନ କରି ଆନନ୍ଦଉଲ୍ଲାସ ରେ ବନ୍ଧୁତ୍ୱ ଦିବସ ପାଳନ କରିଛନ୍ତି। ରୋଟାରି କ୍ଳବ ସଭାପତି ରଞ୍ଜିତ କୁମାର ବାରିକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଲଟ୍ରାଟେକ ସିମେଣ୍ଟ ର ଜିଲ୍ଲା ପରିଚାଳକ ସୁଶ୍ରୀ ଅୟିଶୋରୀୟ, ଜାଭିଅର ବିଦ୍ୟାଳୟ ର ଅଧକ୍ଷା ସୁନନ୍ଦିନୀ ସାହୁ, ପ୍ରାକ୍ତନ ଅଧକ୍ଷ କୃତିବାସ ବିଶ୍ୱାଳ, ଇଣ୍ଡୋର ଖେଳ ଶିକ୍ଷକ ବିଶ୍ଵମୋହନ ଅଚାରୀ, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସନ୍ତୋଷ ଦଳବେହେରା, ବିପଦର ବନ୍ଧୁ ଅନୁଷ୍ଠାନ ର ସଭାପତି ବାଦଲ ତ୍ରିପାଠୀ ମଂଚାସୀନ ଥିଲେ। ରୋଟାରି କ୍ଳବ ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ବିପଦରେ ବନ୍ଧୁ ଅନୁଷ୍ଠାନ ର ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ଶୁଭ୍ରାଂଶୁ ତ୍ରିପାଠୀ, ଭୁବନେଶ୍ୱର କ୍ଳବ ସଭାପତି ଅକ୍ଷୟ ପ୍ରଧାନ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ପ୍ରଧାନ କରିବା ସହ ବନ୍ଧୁତ୍ୱ କେକ କଟାଯାଇଥିଲା।

Leave a Reply

Your email address will not be published. Required fields are marked *