ନୀଳପଥର ଆନ୍ତ୍ରରାଜ ‘ମାଫିଆ ମାନଙ୍କ ସୁକିନ୍ଦା ଖଣି ଉପତ୍ୟକା ରେ ରାଜ୍; ଦୁଇ ଟ୍ରକ ନୀଳପଥର ଜବତ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୁକିନ୍ଦା ଖଣି ଅଞ୍ଚଳ ରେ ବହୁ ମୂଲ୍ୟ ବାନ ନୀଳ ପଥର ଗଛିତ ରହିଛିରାଜ୍ୟ ସରକାର ଖଣି ଖୋଲିବାକୁ ଅନୁମତି ଦେଇ ନ ଥିବାରୁ ବାହାର ରାଜ୍ୟ ର ପଥର ମାଫିଆ ମାନେସ୍ଥାନୀୟ ଲୋକ ମାନଙ୍କୁ ଟଙ୍କା ପଲୋଭନ ଦେଖାଇନୀଳ ପଥର ଖଣି ଠାବ କରି ଖନନ କରି ଓ ଜଙ୍ଗଲ ଜମି ନଷ୍ଟ କରି ଟ୍ରକ ଟ୍ରକ ନୀଳ ପଥର ବିଭିନ୍ନ ରାଜ୍ୟ କୁ ଚାଲାଣ କରୁଛନ୍ତି ମାଫିଆ ମାନେ କୋଟି କୋଟି ଟଙ୍କା ଲାଭ କରୁ ଥିଲା ବେଳେ ସରକାର ଙ୍କ ରାଜସ୍ୱ ହାନି ଘଟୁଛି ଖଣି ବିଭାଗ ଜଙ୍ଗଲ ବିଭାଗ ନୀଳ ପଥର ଖନନ ପାଇଁ ପଦପେକ୍ଷ ନେଉ ନାହାନ୍ତି ଫଳ ରେ ଚୋରା ରେ ବନ ବିଭାଗ ଓ ପୋଲିସ କୁ ହାତ କରି ମାଫିଆ ମାନେ ଖଣି ଖୋଲି ନୀଳ ପଥର ବ୍ୟବସାୟ କରୁଛନ୍ତି l
‘ଟିକରପଡ଼ାରେ ପୁଣି ମାତିଲେଣି ନୀଳପଥର ମାଫିଆ’ ଶୀର୍ଷକ ଖବର ବିଭିନ୍ନ ଗଣ ମାଧ୍ୟ୍ୟମରେ ପ୍ରକାଶ ପାଇଲା ପରେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରସଙ୍ଗକୁ ନେଇ କଟକ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଅନିଲ କୁମାର ରାୟଙ୍କ ନିର୍ଦ୍ଦେଶରେ ତଥା ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସନ୍ତୋଷ କୁମାର ପତିଙ୍କ ପରାମର୍ଶରେ ଟମକା ରେଞ୍ଜ୍ ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା। ଗତକାଲି ରେଞ୍ଜର କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ୩୦ ଜଣିଆ ବନବାହିନୀ ଟିକରପଡ଼ା ପାହାଡ଼ରେ ଚଢ଼ଉ କରିଥିଲେ। ପାହାଡ଼ ତଳେ ବିକ୍ଷିପ୍ତ ଭାବେ ନୀଳପଥର ପଡ଼ିଥିବା ଦେଖା ଯାଇଥିଲା। ଏଠାରୁ ୩ ଘଣ୍ଟା ଧରି ଜଙ୍ଗଲ‌ରେ କମ୍ବିଂ ଅପରେସନ କରାଯାଇ ୩ ରୁ ଅଧିକ ନୀଳପଥର ଖଣି ସନ୍ଧାନ କରାଯାଇଥିଲା। ଜଙ୍ଗଲରୁ ଟ୍ରାକ୍ଟରରେ ୨ ଟ୍ରିପ୍‌ ମୂଲ୍ୟବାନ ନୀଳପଥର ସଂଗ୍ରହ କରାଯାଇଥିଲା। ଗାଁର ତଳସାହି ମୁଣ୍ଡରୁ ଉତ୍ତର-ପୂର୍ବ ଦିଗରୁ ୨ କିଲୋମିଟର ବ୍ୟାସାର୍ଦ୍ଧରେ ଚାଲିଚାଲି ଖଣି ସନ୍ଧାନ କରାଯାଇଥିଲା। ୩ ବନପାଳ ପରେଶ କୁମାର ସାହୁ, ମାଣିକ ମୁଣ୍ଡା ଓ ଲକ୍ଷ୍ମୀଧର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୫ ବନରକ୍ଷୀ ଗଙ୍ଗାଧର ମୁର୍ମୁ, ସୁଶାନ୍ତ କୁମାର ନାୟକ, ଶୁଭେନ୍ଦୁ ପାଢ଼ୀ, ଆମାତୁର ସାକୁର ଓ ରବି ନାଏକ ଏବଂ ବନସ୍କ୍ବାଡ୍‌ ବାବୁଲା ଦେହୁରୀ, କୁଳମଣି ମହାକୁଡ଼, ସିଦ୍ଧାନ୍ତ ରାଉତ, ଆଶୁତୋଷ ରଥ, ଜିତେନ୍ଦ୍ର ନାୟକ, ସମରା ମାଝି, ପବିତ୍ର ମହାରଣା, ଚିନ୍ମୟ ପ୍ରଧାନ, ପିଙ୍କୁଲ ସାହୁ, ରଞ୍ଜନ ସାହୁ, ସନାତନ ସୋରେନ ଓ ସମୀର ପିଙ୍ଗୁଆ ପ୍ରମୁଖ କମ୍ବିଂରେ ସାମିଲ ଥିଲେ। ସଂଗୃହୀତ ପଥରକୁ ୨ଶହ ମିଟର ପର୍ଯ୍ୟନ୍ତ ବୋହି ଟ୍ରାକ୍ଟରରେ ବୋଝେଇ କରିବାକୁ ପଡ଼ିଥିଲା। ଗାଁର ଉତ୍ତର ଦିଗରେ ଥିବା ଠୁଙ୍ଗୁରି ପାହାଡ଼ରେ ଅପେକ୍ଷାକୃତ ଭଲମାନର ନୀଳପଥର ମିଳୁଥିବା ନେଇ ଏକାଧିକ ଗ୍ରାମବାସୀ ସୂଚନା ଦିଅନ୍ତି। ଏଠାରୁ ସଂଗୃହୀତ ନୀଳ ପଥରକୁ ମୂଲିଆମାନେ ସାଇକଲରେ ‌ବୋହିନେଇ ୨ ରୁ ୩ କିଲୋମିଟର ମଧ୍ୟରେ ଏକାଧିକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଦା କରିବା ପରେ ଏହାକୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବିଭାଗୀୟ ତଦନ୍ତରୁ ଜଣାପଡ଼ିଛି। ତେବେ ଏତେସବୁ ଧରପଗଡ଼ ସ‌ତ୍ତ୍ବେ ୨ଦିନ ପୂର୍ବରୁ ଶୁକ୍ରବାର ମଧ୍ୟରାତି ଏଠାରୁ ଏକ ଟ୍ରିପ୍‌ ନୀଳପଥର ଚାଲାଣ ହୋଇଥିବା ନେଇ ପଡ଼ୋଶୀ କେନ୍ଦୁପୁରା ଗାଁର ଏକାଧିକ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ମାଫିଆ ମାନଙ୍କ ଭୟ ରେ ସେମାନଙ୍କ ନାମ ପ୍ରକାଶ କରିବା ପାଇଁ ଭୟ କରୁଛନ୍ତି। ଖଣି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦାବି ହେଉଛି ।

Leave a Reply

Your email address will not be published. Required fields are marked *