ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଗୁଳିମାଡ଼, ୨ ଗୁରୁତର ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଗୁଳିମାଡ଼ । ଭିଣୋଇ ଓ ଶଳାକୁ ଦୁବୃର୍ତ୍ତ କରିଛନ୍ତି ଗୁଳିମାଡ଼ । ଭିଣୋଇ ରୁନା ଆଚାରୀ ଓ ଶଳା ସୁନୀଲ ସାହୁଙ୍କୁ ହୋଇଛି ଗୁଳି ମାଡ଼ । ରୁନାଙ୍କ ଘରେ ପଶି କିଛି ଦୁବୃର୍ତ୍ତ ମାନେ ଗୁଳିମାଡ଼ କରିଥିବା ସୂଚନା । ଗୁଳିମାଡ଼ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତମାନେ ।ଗୁରୁତର ଅବସ୍ଥାରେ ରୁନାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ରୁନାଙ୍କ ହାତ ଓ ପେଟ ପାଖକୁ ଗୁଳି ବାଜିଥିବା ବେଳେ ସୁନୀଲଙ୍କ ପେଟକୁ ବାଜିଛି ଗୁଳି । ଗୁଳିମାଡ଼ର କାରଣ ଅସ୍ପଷ୍ଟ, ବଡ଼ବଜାର ଥାନା ପୋଲିସର ତଦନ୍ତ ଆରମ୍ଭ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଏମକେସିଜି ମେଡିକାଲରେ ପହଞ୍ଚିଲେ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ । ଗୁଳିମାଡ଼ର‌ କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *