
ପୁରୀ ,(ବଳରାମ ତ୍ରିପାଠି ରିପୋର୍ଟ):ପୁରୀ ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ ବାଲିସାହି ନିକଟ ବାପୁଜୀ କ୍ଲବ୍ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକ ଜଣକ ହେଲେ ବଣ୍ଟି ନାୟକ। ବଣ୍ଟିଙ୍କ ମୁଣ୍ଡ ଓ ହାତକୁ ଧାରୁଆ ଅସ୍ତ୍ରରେ ହାଣିଛନ୍ତି ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ବଣ୍ଟି ଘରେ ପାରା ରଖିଥିଲା। ତାଙ୍କ ପଡୋଶୀ ଘର ଜଣେ ଯୁବକ ପାରାକୁ ବାଡ଼ିରେ ମାଡପିଟ କରୁଥିବା ବେଳେ ବଣ୍ଟି ତାହା ଦେଖି ପ୍ରତିବାଦ କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପାଟିତୁଣ୍ଡକୁ ନେଇ ସମ୍ପୃକ୍ତ ଯୁବକ ବଣ୍ଟିକୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।