ସୋରଡା: ଖୋଲିଲା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର

ସୋରଡ଼ା ୦୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୋରଡ଼ା ବ୍ଲକ ଜିଲ୍ଲାର ଉପାନ୍ତ ଶେଷ ତଥା ଇଲାକା ହୋଇଥିଲା ବେଳେ ସ୍ୱାସ୍ଥ୍ୟ ସେବାକୁ ବ୍ୟବସ୍ଥିତ କରିବା ପାଇଁ ସୋରଡ଼ ସହରରେ ଏକ ସରକାରୀ ଡାକ୍ତରଖାନା ବା ଆରୋଗ୍ୟ ମନ୍ଦିର ସୋରଡ଼ା ଆଡ଼ପ ମଣ୍ଡପରେ ଉଦ୍ଘାଟନ ହୋଇଯାଇଛି।ଏହି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉଦ୍ଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ନାୟକ। ସୋରଡ଼ା ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନ ଦିନ ରୋଗୀଙ୍କ ଭିଡ଼ ରହୁଚି ତେବେ ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଆରୋଗ୍ୟ ମନ୍ଦିର ଖୋଲାଯାଇଛି । ଏହି ଆରୋଗ୍ୟ କେନ୍ଦ୍ରରେ ରୋଗୀଙ୍କୁ ଔଷଧ ଓ ବିଭିନ୍ନ ପରୀକ୍ଷା ବିନା ମୂଲ୍ୟରେ ଯୋଗାଇ ଦିଆଯିବ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଯାହାକି ମାନବ ସେବା ମାଧବ ସେବା ବୋଲି ମନେକରି ଏଠାକାର ଡାକ୍ତର ଠାରୁ ଆରମ୍ବ କରି ସ୍ୱାସ୍ଥ୍ୟ କର୍ମୀ ସବୁବେଳେ କାର୍ଯ୍ୟକରିବା ନେଇ କହିଛନ୍ତି।ଏହି ଅବସରରେ ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ଅଧିକାରୀଣି ସବିତା ସାବତ, ଏ ଏନ ଏମ୍ ସୁଜାତା ରାଣୀ ସୁବୁଦ୍ଧିଙ୍କ, ସହ ଭାରପ୍ରାପ୍ତ ଡ଼ା ଆଶିଷ କୁମାର ସ୍ବାଇଁ,ଡ଼ା ଅଜିତ କୁମାର ପାଣିଗ୍ରାହୀ ଓ ନିକଟସ୍ଥ ମେଡ଼ିକାଲର ଅନ୍ୟ କର୍ମଚାରୀଗଣଙ୍କ କିଛି ଅଗଧାଡ଼ିର କର୍ମୀ ଯୋଗ ଦେଇଥିଲେ।ସାଧାରଣତହ ଆଜିର ଦିନରେ ପ୍ରାଥମିକ ଚିକିତ୍ସା ପାଇ ଡାକ୍ତର ଅଭାବ ଓ ସ୍ୱାସ୍ଥ୍ୟ କର୍ମୀ ଅଭାବ ହେତୁ ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ ତୁରନ୍ତ ପୂରଣ କରାଯିବା ସହ ଉତ୍ତମ ଚିକିତ୍ସା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ। ଅଞ୍ଚଳରେ ଏହିପରି କାର୍ଯ୍ୟକ୍ରମକୁ ଅନେକେ ଭଲ ପ୍ରଶଂସା କରିବା ସହିତ ଗରିବ ଜନସାଧାରଣ ପାଖରେ ସରକାରଙ୍କ ଉତ୍ତମ ଚିକିତ୍ସା ସୁବିଧା ମିଲିବ ବେଶ ଆଶାବାଦୀ ଅଛନ୍ତି।

Leave a Reply

Your email address will not be published. Required fields are marked *