ଜଙ୍ଗଲ ସୁରକ୍ଷା ପାଇଁ ହେବ ୧୦ ବର୍ଷିଆ ଯୋଜନା, ତାଲିମ ନେଲେ ବନଖଣ୍ଡ କର୍ମଚାରୀ

ଭଞ୍ଜନଗର ୦୭/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପ୍ରତି ୧୦ ବର୍ଷକୁ ଥରେ ଜଙ୍ଗଲ ବିଭାଗ ଅଧୀନରେ ଥିବା ୱାର୍କିଁଙ୍ଗ ପ୍ଲାନ ବିଭାଗ ପକ୍ଷରୁ ଜଙ୍ଗଲ ଗୁଡ଼ିକର ବିଭିନ୍ନ ସମୀକ୍ଷା ହୋଇଥାଏ। ଏହାପରେ ଆଗାମୀ ୧୦ ବର୍ଷ ପାଇଁ ଜଙ୍ଗଲରେ କଣ ସବୁ ପଦକ୍ଷେପ ନିଆଯିବ ସେନେଇ ନିଷ୍ପତ୍ତି ନିଆଯାଇଥାଏ। ଏହାକୁ ଭିତ୍ତିକରି କାର୍ଯ୍ୟକ୍ରମ ହୋଇଥାଏ। ଇତିମଧ୍ୟରେ ୨୦୨୪-୨୫ ରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ୱାର୍କିଁଙ୍ଗ ପ୍ଲାନ ସମୟ ସରିଯାଇଛି। ଆଗାମୀ ୧୦ ବର୍ଷ ପାଇଁ ଯୋଜନା ହେବ। ତେଣୁ ଗୁରୁବାର ଏହି ବନଖଣ୍ଡର କର୍ମଚାରୀ ମାନକୁ ତାଲିମ ଦିଆଯାଇଥିଲା। ଶୁକ୍ରବାର କର୍ମଚାରୀ ମାନେ ଜଙ୍ଗଲକୁ ଯାଇ ପ୍ରତ୍ୟେକ୍ଷ ଭାବେ ସମୀକ୍ଷା କରିବେ। ଏହାପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହି ପ୍ରକ୍ରିୟା ନଭେମ୍ବର ମାସ ୧୫ ତାରିଖ ସୁଦ୍ଧା ପୂରଣ କରିବା ଲକ୍ଷ୍ୟ ରଖାଯାଇଛି। ରିପୋର୍ଟ ପାଇବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।
ଉକ୍ତ ଶିବିରରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ଭେ କିଭଳି ହେବ ସେନେଇ କହିଥିଲେ। ନୂତନ ବନୀକରଣ, ବାଉଁଶ, ରଥ କାଠ, ଇକୋ ଟୁରିଜୀମ, ପୁରୁଣା କାଠ କାଟିବା, ବନ୍ୟପ୍ରାଣୀ ସୁରକ୍ଷିତ କିଭଳି ରହିବ ସେନେଇ ୧୦ ବର୍ଷିଆ ଯୋଜନା ହେବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଡିଏଫ୍‌ଓ ଭୀମସେନ ମହାରଣା, ଏସିଏଫ୍‌ ଡ ରଶ୍ମି ରଞ୍ଜନ ସ୍ବାଇଁ, ବିବେକ କୁମାର ଦାସ, ଅବସରପ୍ରାପ୍ତ ରେଞ୍ଜର ପ୍ରବୋଧ ଚନ୍ଦ୍ର ନାୟକ,, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ, ଓମ ଶାନ୍ତି ଶାଖା ପରିଚାଳିକା ସନ୍ତୋଷିନୀ ଭଉଣୀ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ରେଞ୍ଜର ପୃଥିବୀରାଜ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *