ବେଲଗୁଣ୍ଠା: ପୂଜା ନାଇକ ମୃତ୍ୟୁ ଘଟଣାରେ ସ୍ୱାମୀ ଓ ସଉତୁଣୀ ଗିରଫ

ବେଲଗୁଣ୍ଠା ୦୭/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧିନ ନୁଆଗାଁ ରେ ଗତ ସୋମବାର ପୂଜା ନାଇକ ନାମକ ଜଣେ ମହିଳା ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।ପୂଜା ଙ୍କୁ ତାଙ୍କ ସ୍ୱାମୀ ଏବଂ ସଉତୁଣୀ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ତାଙ୍କ ମା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ୍ ପୂଜା ଙ୍କ ସ୍ୱାମୀ ସନ୍ତୋଷ ନାଇକ ଓ ଦୁଇ ସଉତୁଣୀ ଅନୀତା ନାଇକ ଏବଂ ଶ୍ରୁତି ପରିଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୁଚନାନୁସାରେ, ବୁଗୁଡା ଥାନା ମାଣିତରା ଗ୍ରାମର ଶାନ୍ତି ନାଇକ ତାଙ୍କ ଝିଅ ପୂଜା ନାଇକ ଗତ ସୋମବାର ଗଳାକଟି ଆତ୍ମହତ୍ୟା କରିଥିବା ଖବର ପାଇଥିଲେ। ଏହା ପରେ ଶାନ୍ତି ପୂଜାଙ୍କ ଶ୍ୱଶୁର ଘର ନୂଆଗାଁରେ ପହଞ୍ଚି ନିଜ ଝିଅର ମୃତଦେହ ଢ଼ାଙ୍କି ହୋଇ ଜମି ଉପରେ ପଡ଼ି ରହିଥିବା ଦେଖିଥିଲେ I ଏହି ସମୟରେ ପୂଜାଙ୍କ ସ୍ୱାମୀ ସନ୍ତୋଷ ନାଇକ ଓରଫ ବବୁଲୁ ଏବଂ ତାଙ୍କ ଦୁଇ ରଖିତା ଅନୀତା ନାଇକ ଓ ଶ୍ରୁତି ପରିଡ଼ା ଓରଫ ପୂଜା ନାଇକ ତାଙ୍କୁ ଘର ଭିତରକୁ ଯିବାକୁ ନଦେବାରୁ ସେମାନେ ଘରକୁ ଫେରି ଆସିଥିଲେ। ଶାନ୍ତି ନିଜ ଝିଅକୁ ତାର ସ୍ୱାମୀ ସନ୍ତୋଷ ଏବଂ ତାର ଦୁଇ ରକ୍ଷିତା ଅନିତା ଏବଂ ଶ୍ରୁତି ଓରଫ ପୂଜା ହତ୍ୟା କରିଥିବା ଥାନାରେ ଜଣାଇଥିଲେ I ଶାନ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ବେଲଗୁଣ୍ଠା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୃତ ପୂଜାଙ୍କ ସ୍ୱାମୀ ସନ୍ତୋଷ ନାଇକ ଜଣେ ଦୂଶ୍ଚରିତ୍ର ବ୍ୟକ୍ତି ଥିବାରୁ ବିବାହର ଏକ ବର୍ଷ ଭିତରେ ଅନେକ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖିବା ଆରମ୍ଭ କରିଥିଲା । ଏହା ସହିତ ସେ ବରଗାଁର ଅନୀତା ନାଇକ ଏବଂ ଡିମ୍ବିରି ପଲ୍ଲୀର ଶ୍ରୁତି ପରିଡ଼ା ଓରଫ ପୂଜା ନାଇକ ନାମକ ଦୁଇ ମହିଳାକୁ ଘରକୁ ଆଣି ପାଖରେ ରଖିଥିଲା । ଏଥିରେ ମୃତ ପୂଜା ନାଇକ ଆପତ୍ତି କରୁଥିବାରୁ ଘରେ ବହୁଥର ବିବାଦ ହୋଇଥିଲା ଏବଂ ଅଭିଯୁକ୍ତ ସନ୍ତୋଷ ପୂଜାଙ୍କୁ ମାଡ଼ ମାରୁଥିଲେ I ତେଣୁ ପୂଜାଙ୍କ ବାପ ଘରଲୋକେ ପୂଜା ଙ୍କୁ ଘରକୁ ନେଇଯାଇଥିଲେ। ଘଟଣା ଦିନ ସନ୍ତୋଷ ପୁଣିଥରେ ବୁଗୁଡା ଅଞ୍ଚଳର ନାବାଳିକାକୁ ଘରକୁ ଆଣିବା ପାଇଁ ଜିଦ୍ କରିଥିଲେ । ଏହାକୁ ମୃତ ପୂଜା ବିରୋଧ କରିଥିବା ବେଳେ ଅନ୍ୟ ଦୁଇ ରକ୍ଷିତା ଅନୀତା ଓ ପୂଜା (ଶ୍ରୁତି) ସନ୍ତୋଷକୁ ସମର୍ଥନ କରିଥିଲେ। ଘଟଣା ବିଷୟରେ ମୃତ ପୂଜା ତାଙ୍କ ବାପା ଘରକୁ ଫୋନ୍ ଦ୍ୱାରା ଜଣାଇବା ସହିତ ତାଙ୍କ ସ୍ୱାମୀ ଏବଂ ଦୁଇ ରଖିତା ମିଶି ତାଙ୍କୁ ହତ୍ୟା ହତ୍ୟା କରିବାକୁ ଧମକ ଦେଉଥିବା ଜଣାଇଥିଲେ I ସେହିଦିନ ସନ୍ଧ୍ୟା ପରେ ହିଁ ପୂଜାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା I

Leave a Reply

Your email address will not be published. Required fields are marked *