ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଲା ଭଞ୍ଜନଗର ମେଡ଼ିକାଲ

ଭଞ୍ଜନଗର, ୦୭/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଭୁବନେଶ୍ବର ସ୍ଥିତ ଗୀତ ଗୋବିନ୍ଦ ଭବନ ଠାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଶିଶୁ ଅନୁକୂଳ ହସ୍ପିଟାଲ ଭାବେ ଦ୍ୱିତୀୟ ସ୍ଥାନ ଓ ଏନ ଆର ସିରେ ତୃତୀୟ ସ୍ଥାନ ସ୍ଥାନ ହାସଲ କରିଛି।ଆଜି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗଙ୍କ ଠାରୁ ଭଞ୍ଜନଗର ମେଡ଼ିକାଲ ଅଧିକ୍ଷକ ଡ଼ା ସିତାଂଶୁ ଶେଖର ଶତପଥୀ ଓ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।ବିଭିନ୍ନ ବିଭାଗରେ କମ ସଂଖ୍ୟକ କର୍ମଚାରୀ ଥାଇ ମଧ୍ୟ ସମସ୍ତଙ୍କ ସହଯୋଗରେ ଭଞ୍ଜନଗର ମେଡ଼ିକାଲ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣି ପାରିଛି ବୋଲି ଏସଡ଼ିଏମଓ ଶ୍ରୀ ଶତପଥୀ କହିଛନ୍ତି।

Leave a Reply

Your email address will not be published. Required fields are marked *