ଚିକିଟି: ୭ ଜୁଆଡ଼ି ଗିରଫ;୬୧ ହଜାର ଟଙ୍କା ଜବତ

ଚିକିଟି (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଚିକିଟି ଧାନଘର ରୋଡ଼ ସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚିକିଟିଫାଣ୍ଡି ପୁଲିସ ଚଢାଉ କରି ୭ଜଣ ଜୁଆଡ଼ିଙ୍କୁ କାବୁ କରିଥିବା ସୂଚନା । ଜୁଆ ଆଡ୍ଡାରୁ ପୁଲିସ ୬୧ ହଜାର ୨୭୦ ଟଙ୍କା ସହ ତାସ କାଟା ଜବତ କରିଥିବା ଜଣାପଡ଼ିଛି । ଫାଣ୍ଡି ଅଧିକାରୀ ଗୌତମ ସାହୁ ଦାୟିତ୍ଵ ଗ୍ରହଣ କରିବା ପରେ ଅଞ୍ଚଳରେ କଡାକଡି ପେଟ୍ରୋଲିଂ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *