
ଭଞ୍ଜନଗର ୦୮/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ପକ୍ଷରୁ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଶୁକ୍ରବାର ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ସହରରେ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏହି ସମୟରେ ରାସ୍ତାରେ ଯେଉଁମାନେ ହେଲମେଟ ନପିନ୍ଧି ବାଇକ୍ ରେ ଯାଉଛନ୍ତି ସେମାନଙ୍କୁ ରାକ୍ଷୀ ବାନ୍ଧି ସଚେତନତା କରାଯାଉଛି । ଏହି ଅବସରରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଛକରେ ଲୋକଙ୍କୁ ସଚେତନ କରାଯାଇଥିଲା। ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ବିପଦର ବନ୍ଧୁ କର୍ମକର୍ତ୍ତା ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିଲେ। ଏହି ଅବସରରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧକ୍ଷ ଡ ସୁଶାନ୍ତ କୁମାର ମଲ୍ଲିକ, ଏମ୍ ଭି ଆଇ ଶର୍ମିଲା ମହାରଣା, ଭଞ୍ଜନଗର ନେକ୍ସଟଜେନ କମ୍ପ୍ୟୁଟର ଏକାଡେମୀର କର୍ମକର୍ତ୍ତା ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।