ଭଞ୍ଜନଗର: ରାସନକାର୍ଡ ଓ ଭତ୍ତା ବାଣ୍ଟିଲେ ବିଧାୟକ

ଭଞ୍ଜନଗର, ୦୮/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଭଞ୍ଜନଗର ବ୍ଳକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନୂତନ ରାସନ କାର୍ଡ ଓ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୪୦୧ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ଓ ୨୨୦ ପରିବାରକୁ ରାସନ କାର୍ଡ ବଣ୍ଟନ କରିଛନ୍ତି। ସରକାର ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ଉଦ୍ୟମ ଜାରି ରଖିଛନ୍ତି। ଆଗାମୀ ଦିନରେ ଆହୁରୀ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଓ ଭତ୍ତା ସମେତ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ନାୟକ ଆୟୋଜିତ କାର୍ଯ୍ୟକ୍ରମରେ କହିଥିଲେ। ଏହି ଅବସରରେ ବ୍ଲକ ମନରେଗା ସେଲ କାଯ୍ୟାଳୟକୁ ବିଧାୟକ ଉଦଘାଟନ କରିଥିଲେ। ଏଥି ସହିତ ଭଞ୍ଜନଗର ବ୍ଲକର ସମସ୍ତ ସରକାରୀ କାଯ୍ୟାଳୟକୁ ୧୨୫ଟି ହୁଇଲ ଚେୟାର,୧୦ ଜଣ ଦିବ୍ୟାଙ୍ଗକୁ ଟ୍ରାଇ ସାଇକେଲ ଓ ୨୨ଜଣ ମହିଳାଙ୍କୁ ସିଲେଇ ମସିନ ପ୍ରଦାନ କରାଯାଇଥିଲା। କାଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ବିଡ଼ିଓ ଭାରତୀ ଦେବୀ,ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ନିତ୍ୟାନନ୍ଦ ପାତ୍ର,ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼, ଶିବ ଶଙ୍କର ପ୍ରଧାନ,ଧୋବା ଗୌଡ଼, ହୃଷିକେଶ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *