ପୁରୀରେ ପୁଣି ଫୁଟିଲା ବୋମା, ଜାଗାଘର ଉପରକୁ ୨ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ

ପୁରୀ ୮।୮: ପୁଣି ପୁରୀରେ ବୋମାମାଡ । ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗାଘର ଉପରକୁ ବୋମାମାଡ ହୋଇଛି । ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ଦୁଇଟି ବୋମାମାଡ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଟାଉନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।‌ ତେବେ ବୋମାମାଡରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସୂଚନା ମିଳିଛି । ବୋମାମାଡ ସମୟର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତଦନ୍ତ ପରେ କିଏ ଏବଂ କାହିଁକି ବୋମାମାଡ କଲେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବୋମାମାଡ ହୋଇଥିବା ଜାଗାଘରେ ଟାଉନ କଂଗ୍ରେସ କାର୍ଯ୍ୟାଳୟ ଥିବା ମଧ୍ୟ ଜଣାପଡିଛି ।

Leave a Reply

Your email address will not be published. Required fields are marked *