ବୁଗୁଡା: ୧୮ ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୧ ଟିର ଗୃହ ନାହିଁ; ଓଡିଶା ମାନବାଧିକାର କମିଶନଙ୍କ କକ୍ଷରୁ ମାମଲା

ବୁଗୁଡା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୧୮ ଟି ଅଙ୍ଗନୱାଡି କେନ୍ଦ୍ର ଖୋଲିଥିବା ବେଳେ ସେଥି ମଧ୍ୟରୁ ୧୧ ଟି କେନ୍ଦ୍ର କୋଠଘର, ଭଡାଘର ଓ ବିଭିନ୍ନ ସ୍କୁଲରେ କୋମଳମତି ଶିଶୁମାନଙ୍କ ଶିକ୍ଷା ଦାନ ହେଉଥିବା ବେଳେ ବହୁ ଅସୁବିଧା ହେଉଥିବା ନେଇ ଖବର କାଗଜରେ ପ୍ରକାଶ ପାଇଥିଲା। ସେହି ଖବରକୁ ଆଧାର କରି ମାନବାଧିକାର କମିଶନ ସଦସ୍ୟ ଆଡଭୋକେଟ ରଞ୍ଜିତ କୁମାର ପାତ୍ର ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଓଡ଼ିଆ ମାନବାଧିକାର କମିଶନଙ୍କ ବିଚାରପତି ମହୋଦୟ, ରଞ୍ଜିତ କୁମାର ପାତ୍ରଙ୍କ ଅଭିଯୋଗଙ୍କୁ ବିଚାରପାଇ ଗ୍ରହଣ କରି ୨୯/୦୭/୨୫ ତାରିଖ ଦିନ କେଶ ନଂ ୨୬୪୨/୨୦୨୫ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। ଏହି କେଶ ପ୍ରକାରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ଉନ୍ନୟନ ବିଭାଗ, ସଚିବଙ୍କ ନିକଟକୁ ନିର୍ଦ୍ଦେଶ ପଠାଇ ପରବର୍ତ୍ତୀ ଧାର୍ଯ୍ୟ ଦିବସ ୩୦/୧୦/୨୫ ତାରିଖ ଦିନ ସବିଶେଷ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *