ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି।

ପୁରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରିଚନ୍ତି। ନିଜ ପତ୍ନୀ ଙ୍କ ସହ ମୁଖ୍ୟମନ୍ତ୍ରୀ ଆସି ମହାପ୍ରଭୂ ଙ୍କ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ ପରେ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଚାଲିଥିବା ଝୁଲଣ ଯାତ୍ରା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀ ଙ୍କ ସହ ରହି ଦେଖିଥିଲେ। ପରେ ମୁକ୍ତି ମଣ୍ଡପ ଯାଇ ବ୍ରାହ୍ମଣ ଙ୍କ ଆଶୀର୍ବାଦ ନେଇଥିଲେ। ପରେ ଶ୍ରୀ ବେଢାରେ ଥିବା ଦେବୀ ବିମଳା ଓ ମହାଲକ୍ଷ୍ମୀ ଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟ ରେ ପହଞ୍ଚିବା ପରେ ଶ୍ରୀ ମନ୍ଦିର ସେବାୟତ ମାନେ ମହାପ୍ରଭୁ ଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ବାଗତ କରିଥିଲେ। ପରେ ଶ୍ରୀ ମନ୍ଦିରକୁ ପାଛୋଟି ନେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମନ୍ଦିର ରୁ ପ୍ରତ୍ୟାବର୍ତ୍ତନ ବେଳେ ସିଂହ ଦ୍ଵାର ନିକଟ ରେ ସେବାୟତ ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ସହ ଦର୍ଶନ ବେଳେ ଉପସ୍ଥିତ ଥିବା ଶ୍ରୀ ମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଙ୍କ ଏହା ସମ୍ପୂର୍ଣ ବ୍ୟକ୍ତିଗତ ଗସ୍ତ ରହିଥିଲା।ସେ ତାଙ୍କ ପତ୍ନୀ ଙ୍କ ସହ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିଚନ୍ତି। ରାଜ୍ୟ ମଙ୍ଗଳ କାମନା କରିଥିଲେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *