ସୋରଡା ପୋଲିସ ଦ୍ବାରା ୧୬୪ କେଜି ଗଞ୍ଜେଇ ସହ ୪ ଅଭିଯୁକ୍ତ ଗିରଫ ।

ସୋରଡ଼ା ୦୮/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୋରଡା ପୋଲିସ ଦ୍ବାରା ବୋଲେରୋ ଓ ଡିଜାଏର ଗାଡି ସହ ୧୭୪ କେଜି ଗଞ୍ଜେଇ ଜବତ | ସୁଚନା ମୁତାବକ ଗତକାଲି ଅର୍ଥାତ ଗୁରୁବାର ଦିନ ରାତ୍ରି ୯ ଟା ସମୟରେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଓ ତାଙ୍କ ଟିମ୍ ୫୯ ନମ୍ବର ଜାତୀୟ ରାଜପଥ ଗୋଛା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବୋଲେରୋ ଦ୍ରୁତ ଗତିରେ ଯିବା ସମୟରେ ସନ୍ଦେହ କରି ଗାଡିଟିକୁ ପିଛା କରିଥିଲେ l ଅସୁରବନ୍ଧ ନିକଟ ପାଟପଲି ଛକ ଠାରେ ଗାଡିକୁ କାବୁ କରିବା ସହ ଯାଞ୍ଚ ସମୟରେ ସେଥିରୁ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଙ୍କୁ ଅଟକ ରଖିବା ସହ ତାଙ୍କୁ ଡିଜାର ଗାଡ଼ିରେ ସହଯୋଗ କରୁଥିବା ଦୁଇ ସହଯୋଗୀଙ୍କୁ ମଧ୍ଯ ପୋଲିସ ଅଟକ ରଖିଥିଲା | ଅଟକ ହୋଇଥିବା ଗଞ୍ଜେଇ ଚାଲାଣକାରି ମାନେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ, କେଳପଡା ଓ ସାରଙ୍ଗଗଡ଼ ଅଂଚଳ ର କ୍ରିଷ୍ଣା ସାହୁ, ଚିରଞ୍ଜୀବ ନାୟକ, ମୁନା ନାୟକ ଓ ବଳରାମ ନାୟକ ବୋଲି ପୋଲିସ ସୁଚନା ଦେଇଛି l ଜବତ ଗଞ୍ଜେଇ କୁ ସୋରଡ଼ା ପୋଲିସ ମାଜିଷ୍ଟ୍ରେଟ ଦୀନବନ୍ଧୁ ପିଙ୍ଗୁଆ ଙ୍କ ଉପସ୍ଥିତି ରେ ଓଜନ କରିଥିଲେ, ଜବତ ହୋଇଥିବା ଗଞ୍ଜେଇ ୧୬୪ କେଜି ହୋଇଥିବା ବେଳେ ତାହା ୮ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି | ଏହି ଗଞ୍ଜେଇ ଗୁଡିକ ବାଲିଗୁଡା ରୁ ଅନ୍ୟତ୍ର ପରିବହନ କରାଯାଉଥିବା ଅନୁମାନ କରାଯାଉଛି | ଗଞ୍ଜେଇ ଚାଲାଣ କାରି ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ସୋରଡ଼ା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ।

Leave a Reply

Your email address will not be published. Required fields are marked *