ଜଗନ୍ନାଥପ୍ରସାଦ: କରଡାବଣୀ ଗାଁ ରେ ଜଳ ଚିନ୍ତା

ଜଗନ୍ନାଥପ୍ରସାଦ– ୦୯/୦୮( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବର୍ଷ ତମାମ ଗ୍ରାମବାସୀଙ୍କ ଜଳ କଷ୍ଟ । ଶ୍ରାବଣ ମାସରେ ମଧ୍ୟ ଗାଁଲୋକଙ୍କୁ ଘାରିଛି ଜଳ ଚିନ୍ତା । ସରକାର ଗାଁ ଗାଁକୁ ପିଇବା ପାଣି ଯୋଗାଇବାକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କିଛି ସ୍ଥାନରେ ଆଜି ମଧ୍ୟ ଏହି ଜଳଯୋଗାଣ ଲୋକଙ୍କ ଆଵଶ୍ୟକତା ପୂରଣ କରିପାରିନାନାହିଁ । ଏଭଳି ଏକ ଜଳ କଷ୍ଟ ଗାଁ ହେଉଛି । ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ର କରଡାବଣୀ ଗାଁ ପ୍ରାୟ ୯୦ ରୁ ଉର୍ଦ୍ଧ୍ବ ପରିବାର ବାସକରୁଥିବା ଏହି ଗାଁ ପାଇଁ ରହିଛି ତିନିଟି ଜଳ ଉତ୍ସ ଦୁଇଟି ନଳକୂପ ଓ ଅନ୍ୟ ନକକୁପ କୁ ବ୍ୟବହାର କରି ସୋଲାର ଯୋଗେ ଜଳଯୋଗାଣ ଵ୍ୟଵସ୍ଥା ହୋଇଛି । ଆଉ ଗୋଟିଏ ସୋଲାର ପାଇଁ କ୍ଲାମ୍ପ ଲଗାଇ ଅଧା କାମ କରି ଠିକାଦାର ଗତ ଦୁଇବର୍ଷ ରୁ ଅଧିକା ହେବ ଛୁ ମାରିଛି । ଗାଁ ରେ ଲମ୍ବାରେ ବସତି ରହିଥିବାରୁ ଅନେକ ଦୂର ଆସି ଜଳ ନେବାକୁ ପଡୁଥିବା ଓ ନଳକୂପ ରୁ ସଠିକ ଭାବେ ଜଳ ବହାରୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଘରକୁ ଘର ଜଳ ଯୋଗାଣ କରିବା ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ ପାନୀୟ ଜଳଯୋଗାଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ ଙ୍କୁ ବୁଝିବାରୁ ଲୋକଙ୍କ ସମସ୍ୟା କୁ ସେ ମଧ୍ୟ ହୃଦୟଙ୍ଗମ।କରିଥିବା ପ୍ରକାଶ କରିବା ସହ ଘରକୁ ଘର ଜଳଯୋଗାଣ ପାଇଁ ମହାନଦୀ ର ଜଳକୁ ପଂହଚାଇବା ପାଇଁ ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି । ପ୍ରତି।ଗାଁ ରେ ମଧ୍ୟ ପାଇପ ବିଛା ସାରିଲାଣି ଖୁବ ଶୀଘ୍ର ଏହି ଜଳ ପଂହଁଚିଲେ ପ୍ରତ୍ୟକ ଘରକୁ ଘର ଜଳ ପଂହଁଚି ପାରିବ । ସରକାର ଏଥି ପ୍ରତି ତତ୍ପର ଥିବା ସେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *