ଜଗନ୍ନଥପ୍ରସାଦ: ସାଇ ମନ୍ଦିର ରେ ରାକ୍ଷୀ ବାନ୍ଧିଲେ ବାଳବିକାଶ ଛାତ୍ରଛାତ୍ରୀ

ଜଗନ୍ନଥପ୍ରସାଦ-୦୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନଥପ୍ରସାଦ ବ୍ଲକ କଲ୍ୟାଣପୁର ସାଇମନ୍ଦିର ଠାରେ ରାଖୀପୂର୍ଣ୍ଣିମା ଅବସରରେ ରାକ୍ଷୀ ବାନ୍ଧି ପାଳନ କରାଯାଇଛି । ଭାଇ ମାନେ ନିଶା ଠାରୁ ଦୁରେଇ ରହିବାକୁ ଭଉଣୀ ମାନେ ଶପଥ କରାଇଥିଲେ । ଜିଲା ସଭାପତି ଦେବାଶିଷ ମିଶ୍ର ଙ୍କ ପୌରହିତ୍ୟ ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଆବାହକ ଅମୀର ପଟ୍ଟନାୟକ, ପୂର୍ବତନ ଆବାହକ ଧନଞ୍ଜୟ ପଟ୍ଟନାୟକ , ଗୌରୀଶଙ୍କର ରାୟଗୁରୁ, ରମେଶ ଚନ୍ଦ୍ର ପାଢ଼ୀ, ଆକୁଳ ଭଞ୍ଜନ ନାଇକ, ଜଗନ୍ନାଥ ନାଇକ, ସି ଏଚ ହରିଶ୍ଚନ୍ଦ୍ର ପାତ୍ର, ଜଗନ୍ନାଥ ପାଣିଗ୍ରାହୀ, ନିରଞ୍ଜନ ପଣ୍ଡା, ଆଦିତ୍ୟ ସାହୁ, ଚନ୍ଦନ ସାହୁ, କାହ୍ନା ଗୌଡ଼, ଆୟୁଷ୍ମାନ ପାଣିଗ୍ରାହୀ, ବୀଣାପାଣି ମହାପାତ୍ର, ରଂଜିତା ନାଇକ, ରଶ୍ମିତା ଗୌଡ଼, ଲିପି ଗୌଡ଼, ସାଇପ୍ରଜ୍ଞା ପଟ୍ଟନାୟକ, ସୌଦାମିନୀ ସାହୁ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ଶତାଧିକ ବାଳବିକାଶ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *