ଯାଜପୁର: ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ; ୨୦୦୦ ସ୍ଥାନୀୟ ଆଦିବାସୀ ଲୋକ ସାମିଲ ହେଲେ

ଯାଜପୁର (ଅଭିମନ୍ୟୁ ମିଶ୍ର , ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲାର ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସଏଫ) କଳିଙ୍ଗନଗର ଶନିବାର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଗୋବରଘାଟିରେ ଥିବା ଟାଟା ଷ୍ଟିଲ ବୀର୍ସା ମୁଣ୍ଡା ପୁନର୍ବାସ କଲୋନୀରେ ୨୦୦୦ରୁ ଅଧିକ ସ୍ଥାନୀୟ ଆଦିବାସୀ ଲୋକଙ୍କ ସହିତ “ଆଦିବାସୀ ଜନଜାତି ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) – ଅଧିକାର ସୁରକ୍ଷା, ଭବିଷ୍ୟତ ଗଠନ” ଥିମ ରେ ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଦିବାସୀ ସମୁଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଅଧିକାର ଏବଂ ଅବଦାନକୁ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା (ପ୍ରସିଦ୍ଧ ସାନ୍ତାଳୀ ଲେଖିକା, ଶିକ୍ଷାବିତ୍ ଓ ଶିକ୍ଷୟିତ୍ରୀ) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗୁଞ୍ଜଲ ଇକିର ମୁଣ୍ଡା (ପ୍ରତିଷ୍ଠିତ ଶିକ୍ଷାବିତ୍‌, ସାଂସ୍କୃତିକ ପ୍ରଚାରକ ଓ ସୋସିଆଲ୍ ଇନ୍‌ଫ୍ଲୁଏନ୍ସ)ର୍, କୃଷ୍ଣଚନ୍ଦ୍ର ବୋଦ୍ରା (ଜଣାଶୁଣା ଶିକ୍ଷାବିତ୍‌, ସାଂସ୍କୃତିକ କାର୍ଯ୍ୟକର୍ତ୍ତା ଏବଂ ଆଦିବାସୀ ଭାଷା ଓ ଲୋକସାହିତ୍ୟ ବିଶେଷଜ୍ଞ), କର୍ପୋରେଟ୍ ସର୍ଭିସେସ୍‌, ଟାଟା ଷ୍ଟିଲ କଳିଙ୍ଗନଗର ମୁଖ୍ୟ ଦେବଦୁତ ମହାନ୍ତି ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଆଦିବାସୀ ସଂସ୍କୃତି ଓ କୋଲିଆରିଜ୍ ମୁଖ୍ୟ, ଜିରେନ୍ ଜାଭିୟର୍ ଟପନୋ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଉତ୍ସବରେ ଆଦିବାସୀ ସଂସ୍କୃତି, ପାରମ୍ପରିକ କଳା, ସଙ୍ଗୀତ ଓ ନୃତ୍ୟକୁ ପ୍ରଦର୍ଶିତ କରାଯାଇଥିଲା ଏବଂ ସେମାନଙ୍କ ଅଧିକାର ସୁରକ୍ଷା ଓ ଭବିଷ୍ୟତ ଗଠନରେ କୂତ୍ରିମ ବୁଦ୍ଧମତ୍ତା (ଏଆଇ) କିପରି ସହାୟକ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକାରର ରୋଚକ କାର୍ଯ୍ୟକ୍ରମ ସାମିଲ ଥିଲା, ଯେପରିକି ଆଦିବାସୀ ଗ୍ରାମ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଚଳଚ୍ଚିତ୍ର ପ୍ରଦର୍ଶନ, ଆଦିବାସୀ ଅଧିକାର ସୁରକ୍ଷାରେ ଏଆଇର ଭୂମିକା ଉପରେ କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ଏବଂ ପ୍ରତିଭାଶାଳୀ ଆଦିବାସୀ ଯୁବକ-ଯୁବତୀ ଏବଂ ଟ୍ରାଇବାଲ୍ ଲିଡରସିପ୍ ପ୍ରୋଗ୍ରାମ୍ (ଟିଏଲପି)ର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ପାରମ୍ପରିକ ଖାଦ୍ୟ, ପୋଷାକ, ବାଦ୍ୟଯନ୍ତ୍ର ଏବଂ ହସ୍ତଶିଳ୍ପ ପ୍ରଦର୍ଶିତ କରୁଥିବା ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ଅଞ୍ଚଳର ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରାଯାଇଥିଲା।
ସାଂସ୍କୃତିକ ପ୍ରଦର୍ଶନଗୁଡ଼ିକରେ ମିର୍ଗିଛରା ଆଦିବାସୀ ୟୁଥ କ୍ଲବ୍ ଦ୍ୱାରା ଏକ ସାମାଜ ସଚେତନତା ମୂଳକ ନାଟକ ମଞ୍ଚସ୍ଥ କରାଯାଇଥିଲା। ଯେଉଁଥିରେ ବାଲ୍ୟ ବିବାହ, ଏକାଧିକ ବିବାହ ଓ ମଦ୍ୟପାନ ଭଳି ସମସ୍ୟାଗୁଡ଼ିକୁ ଆଲୋଚନା କରାଯାଇଥିଲା। ସାନ୍ଥାଳ ଓ ହୋ ଟ୍ରାଇବାଲ୍ ଭାଷା କେନ୍ଦ୍ରର ଶିକ୍ଷକ-ଶିକ୍ଷାର୍ଥୀଙ୍କ ଦ୍ୱାରା ପାରମ୍ପରିକ ଆଚାର-ବିଚାର ପ୍ରଦର୍ଶନ ଓ ପାରମ୍ପରିକ ଆଖଡ଼ା ଆୟୋଜନ ମାଧ୍ୟମରେ ଆଦିବାସୀ ସଂସ୍କୃତିକୁ ପ୍ରଦର୍ଶନ କରିଥିଲା।
ଏହି ଉତ୍ସବରେ ଟିଏଲପିର ପ୍ରତିଭାସମ୍ପନ୍ନ ପୂର୍ବତନ ଛାତ୍ରଛାତ୍ରୀ ଆଦିବାସୀ ଐତିହ୍ୟ ସୁରକ୍ଷା ଓ ସାଂସ୍କୃତିକ ସଚେତନତା ବୃଦ୍ଧିରେ ଅବଦାନ ରଖୁଥିବା ବ୍ୟକ୍ତିମାନଙ୍କୁ, ଏବଂ ଆଦିବାସୀ-ପ୍ରାଧାନ୍ୟ ଅଞ୍ଚଳର ପାଞ୍ଚାୟତରାଜ ଅନୁଷ୍ଠାନ ପ୍ରତିନିଧୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ନିଜ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ଆଦିବାସୀ ଜନସାଧରଣଙ୍କୁ ସଶକ୍ତ କରିବା ଏବଂ ସାଂସ୍କୃତିକ ପରିଚୟ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ସମର୍ପଣର ଆହ୍ୱାନ କରିଥିଲେ।

One thought on “ଯାଜପୁର: ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ; ୨୦୦୦ ସ୍ଥାନୀୟ ଆଦିବାସୀ ଲୋକ ସାମିଲ ହେଲେ”

  1. Electric pain sex toysNaked sexy twinsCute hairy latina picsEtro pornAdult girls gone wild video
    clipsYoung averge teenBrazilian flag bikiniFree voyeur mastubationErotic sexual
    foreplay xnxx Blonde fiirst time anal povTeegan summers analRide huge
    dickShort erotic storeisPain the breastDalene free kurtis nude pictureNaked black hunky gay men https://xnxxfree.win/ Saskia
    howard pussy slipsCantilever rule of thumbMarried sex storyFree
    porn videos xxReading for purpose and pleasureAmritsar couple sex videoNaked
    girls fucking girlsSex offender laws being amendedStrip clubs near santa barbara caDriscoll vintage jesus xnxx Ex-partner sex videosAsian corporate governance associationSexy latino
    ladies love orgiesHairy women pubisPersonal nude photo albumsMicrosoft money sucksStreaming tranny teen porn5 inch dildo

Leave a Reply

Your email address will not be published. Required fields are marked *